ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ଏକ ବଡ଼ କୂଟନୈତିକ ଓ ରଣନୀତିକ ପଦକ୍ଷେପ ନେଇଛି। ଇସ୍ରାଏଲର ପ୍ରସିଦ୍ଧ ‘ଆଇରନ୍ ଡୋମ୍’ ଏୟାର ଡିଫେନ୍ସ ସିଷ୍ଟମ୍ରେ ବ୍ୟବହୃତ ‘ତାମିର’ ଇଣ୍ଟରସେପ୍ଟର ମିସାଇଲ୍ର ଉତ୍ପାଦନ ଏବେ ଭାରତରେ କରିବାକୁ ଯୋଜନା କରାଯାଇଛି।
ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ଆଇରନ୍ ଡୋମ୍ ସିଷ୍ଟମ୍ର ନିର୍ମାତା ଇସ୍ରାଏଲର ପ୍ରମୁଖ ପ୍ରତିରକ୍ଷା କମ୍ପାନି Rafael Advanced Defense Systems ଭାରତରେ ତାମିର ମିସାଇଲ୍ ଉତ୍ପାଦନ ପାଇଁ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିବା ସୂଚନା ମିଳିଛି।
ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ଇସ୍ରାଏଲକୁ ବହୁ ପରିମାଣରେ ତାମିର ମିସାଇଲ୍ର ଆବଶ୍ୟକତା ପଡ଼ୁଛି। ଇସ୍ରାଏଲ ଭଳି ଛୋଟ ଦେଶରେ ଥିବା କାରଖାନାଗୁଡ଼ିକ ଶତ୍ରୁ ମିସାଇଲ୍ ଆକ୍ରମଣର ଲକ୍ଷ୍ୟ ହୋଇପାରୁଥିବାରୁ ବିକଳ୍ପ ଉତ୍ପାଦନ କେନ୍ଦ୍ର ଭାବେ ଭାରତକୁ ବାଛିଛି।
ଭାରତରେ ମିସାଇଲ୍ ଉତ୍ପାଦନ ହେଲେ ଯୋଗାଣ ବ୍ୟବସ୍ଥା ଅଧିକ ସୁରକ୍ଷିତ ଓ ସୁଚାରୁ ହେବ। ସେହିପରି ବୃହତ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ନିର୍ମାଣ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲ ପୂର୍ବରୁ ଆମେରିକାର Raytheon କମ୍ପାନି ସହ ମିଶି ଯୁଗ୍ମ ଉଦ୍ୟମ ମାଧ୍ୟମରେ ମିସାଇଲ୍ ଉପକରଣ ଉତ୍ପାଦନ କରୁଛି। ଏବେ ସେହି ଢାଞ୍ଚାରେ ଭାରତୀୟ କମ୍ପାନିଗୁଡ଼ିକ ସହ ମଧ୍ୟ ଚୁକ୍ତି ହେବାର ସମ୍ଭାବନା ରହିଛି।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଏହି ପଦକ୍ଷେପ ଭାରତକୁ ବିଶ୍ୱ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ କରିବା ସହ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ପାଇଁ ଏକ ବଡ଼ ସଫଳତା ସାବ୍ୟସ୍ତ ହୋଇପାରେ।
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ବଲିଉଡ୍‌ର ‘ଶେହେନଶାହ’ ଅମିତାଭ ବଚ୍ଚନଙ...
ବିଶ୍ୱକପ୍ ଫାଇନାଲରେ ସ୍ପେନ୍‌ ବିପକ୍ଷରେ ୦-୧ ଗୋଲରେ...
ମାର୍ଭେଲ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଅଭିନେତ...
୨୦୨୬ର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ଅୱାରାପନ୍...
ଇଂଲଣ୍ଡ ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍‌ରେ ପରାଜୟ...
ଭାରତ ଓ ଜିମ୍ବାୱେ ମଧ୍ୟରେ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବ...
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍‌ ସ୍ପିନର ରବିଚନ...
ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ନିଜ ଜୀବନର ଏକ ନୂ...