ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ଓ ସ୍ନାନଯାତ୍ରା ସମୟକୁ ନେଇ ବିବାଦ ପୁଣି ଥରେ ମୁଣ୍ଡ ଉଠାଇଛି। ବିଦେଶର ବିଭିନ୍ନ ସହରରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଏବଂ ସ୍ନାନଯାତ୍ରା ଆୟୋଜନ କରାଯାଇଥିବା ସୂଚନା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ,ଜୁନ୍ ୨୭ ଓ ୨୮ତାରିଖରେ କାନାଡାର ମିଲଟନ, ସେଣ୍ଟ ଜନ୍ସ (ନ୍ୟୁ ଫାଉଣ୍ଡଲ୍ୟାଣ୍ଡ) ଓ ଭାଙ୍କୁଭରରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇଥିଲା। ସେହିପରି ଟରଣ୍ଟୋ ଏବଂ ଆମେରିକାର ବର୍କଲିରେ ସ୍ନାନଯାତ୍ରା ମଧ୍ୟ ପାଳନ କରାଯାଇଥିବା ଜଣାପଡ଼ିଛି।
ୟୁରୋପରେ ମଧ୍ୟ ଇସ୍କନ ପକ୍ଷରୁ ଜୁନ୍ ୨୮ରେ ଇଂଲଣ୍ଡର ଲେଷ୍ଟର ଏବଂ ଜୁନ୍ ୨୭ରେ ଜର୍ମାନୀର କୋଲୋନ୍ ସହରରେ ରଥଯାତ୍ରା ଆୟୋଜନ କରାଯାଇଥିବା ଖବର ମିଳିଛି।
ତେବେ ଫ୍ରାନ୍ସର ପ୍ୟାରିସରେ ଜୁନ୍ ୨୮ରେ ପ୍ରସ୍ତାବିତ ରଥଯାତ୍ରାକୁ ସ୍ଥାନୀୟ ପ୍ରଶାସନ ଅନୁମତି ନ ଦେବାରୁ ବାତିଲ କରାଯାଇଛି। ସ୍ୱାସ୍ଥ୍ୟ ଓ ସୁରକ୍ଷାଜନିତ କାରଣ ଦର୍ଶାଇ ପୋଲିସ ଏହି ଅନୁମତି ପ୍ରତ୍ୟାଖ୍ୟାନ କରିଥିବା ସୂଚନା ମିଳିଛି।
ଅନ୍ୟପଟେ, ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ରୀତିନୀତି ଓ ପୁରୀର ଶାସ୍ତ୍ରସମ୍ମତ ପରମ୍ପରାକୁ ଅବମାନନା କରାଯାଉଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ଓ ଜଗନ୍ନାଥ ପ୍ରେମୀମାନେ ଇସ୍କନ ବିରୋଧରେ ପ୍ରତିବାଦ ଜୋରଦାର କରିଛନ୍ତି।
ପ୍ରତିବାଦକାରୀମାନେ ଫ୍ଲାୟର, ଫଟୋ, ଭିଡିଓ, ପିଟିସନ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପଠାଉଛନ୍ତି। ସେମାନଙ୍କ କହିବା ଅନୁସାରେ, ବାରମ୍ବାର ଆପତ୍ତି ସତ୍ତ୍ୱେ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ ଶ୍ରୀଜଗନ୍ନାଥଙ୍କ ମୂଳ ପରମ୍ପରା ବିରୋଧୀ।
ଏହି ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ସହ ବିଶ୍ୱର ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଶେଷଜ୍ଞ ଓ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଚର୍ଚ୍ଚା ଚାଲିଛି।
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...