ମଧ୍ୟପ୍ରାଚ୍ୟରେ ଚାଲୁଥିବା ତଣ୍ଟାତଣି ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ନୌସେନା (ଆଇଆର୍ଜିସି) ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ କଡ଼ା ଚେତାବନୀ ଜାରି କରିଛି। ଆଇଆର୍ଜିସି କହିଛି ଯେ, ଏହି ରଣନୀତିକ ସମୁଦ୍ର ମାର୍ଗ ବିଶେଷକରି ଆମେରିକା ଓ ଇସ୍ରାଏଲ ପାଇଁ ପୁରୁଣା ସ୍ଥିତିକୁ ଆଉ କେବେବି ଫେରିବ ନାହିଁ।
ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ଇରାନ ଉପସାଗରୀୟ ଅଞ୍ଚଳରେ ଏକ ନୂଆ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ଅଛି। ଏହା ଫଳରେ ଅଞ୍ଚଳରେ ଶକ୍ତି ସମତାରେ ବଡ଼ ପରିବର୍ତ୍ତନ ଆସିପାରେ।
ଏହି ସମୟରେ ଇରାନ ସଂସଦ ଏକ ନୂତନ ଆଇନ ଖସଡ଼ା ଉପରେ କାମ କରୁଛି, ଯାହା ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଟୋଲ୍ ଲଗାଇବାକୁ ପ୍ରସ୍ତାବ ଦେଇଛି। ଏହା ସହିତ ଆମେରିକା ଓ ଇସ୍ରାଏଲ ପାଇଁ ଏହି ମାର୍ଗକୁ ପ୍ରତିବନ୍ଧିତ କରିବାର ଯୋଜନା ମଧ୍ୟ ରହିଛି।
ରିପୋର୍ଟ ଅନୁଯାୟୀ, ଏହି ନୂଆ ନୀତି ଅନୁସାରେ ପାସେଞ୍ଜ ଫି ଇରାନର ଜାତୀୟ ମୁଦ୍ରାରେ ଦେବାକୁ ପଡିବ। ଏହା ସହିତ ଇରାନ ବିରୋଧରେ ପ୍ରତିବନ୍ଧକ ଲଗାଇଥିବା ଦେଶମାନଙ୍କ ପାଇଁ ମଧ୍ୟ କଠୋର କଟକଣା ଲାଗୁ ହେବ।
ଏହି ପଦକ୍ଷେପ ଦ୍ୱାରା ଇରାନ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଅଞ୍ଚଳରେ ଚାଲୁଥିବା ସଂଘର୍ଷ ଶେଷ ହେବା ଦୂରରେ ଅଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ।
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଐତି...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍...