ଆମେରିକା ସହ ସମ୍ପ୍ରତି ବଢ଼ିଥିବା ଉତ୍ତେଜନା ମଧ୍ୟରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ନେଇ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ନିୟନ୍ତ୍ରଣ ଜାରି ରହିବ ଏବଂ ଏହାର ପରିଚାଳନାରେ କୌଣସି ଦେଶର ହସ୍ତକ୍ଷେପକୁ ସ୍ୱୀକାର କରାଯିବ ନାହିଁ।
ହର୍ମୁଜ୍ ନିକଟସ୍ଥ ଇରାନୀ ସମ୍ପତ୍ତି ଉପରେ ଆମେରିକାର ଆକ୍ରମଣ ପରେ ଆରାଘଚିଙ୍କ ଏହି ବୟାନ ସାମ୍ନାକୁ ଆସିଛି। ବାଗଦାଦରେ ତାଙ୍କ ଇରାକୀ ପ୍ରତିପକ୍ଷଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀର ପରିଚାଳନା ଇରାନର ଅଧିକାର କ୍ଷେତ୍ରରେ ରହିଛି। ତେଣୁ ଆମେରିକା ସମେତ କୌଣସି ଦେଶ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।
ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ନିଜ ଅବସ୍ଥାନରୁ ପଛକୁ ହଟିବ ନାହିଁ।
ଏହି ବିବାଦର ସମାଧାନ ପାଇଁ ଇରାନ ଓ ଆମେରିକା ମଧ୍ୟରେ ଚଳିତ ସପ୍ତାହରେ କତାରର ରାଜଧାନୀ ଦୋହାରେ ଆଲୋଚନା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଉଭୟ ପକ୍ଷ ଆଲୋଚନା ଟେବୁଲରେ ବସିପାରନ୍ତି ବୋଲି ସୂଚନା ମିଳିଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଦୀର୍ଘଦିନ ଧରି ଇରାନ ଓ ଆମେରିକା ମଧ୍ୟରେ ମତଭେଦ ରହିଛି। ଏହି ସମୁଦ୍ର ପଥ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକର ନିରୀକ୍ଷଣ ଓ ଶୁଳ୍କ ଆଦାୟକୁ ନେଇ ଉଭୟ ଦେଶ ପରସ୍ପର ବିରୋଧୀ ମତ ରଖିଛନ୍ତି। ଇରାନ ନିଜ ଅଧିକାର ବଜାୟ ରଖିବାକୁ ଚାହୁଁଥିବାବେଳେ ଆମେରିକା କହିଛି ଯେ, ବିଶ୍ୱର ସମସ୍ତ ଜାହାଜ ପାଇଁ କୌଣସି ଶୁଳ୍କ ବିନା ଏହି ସମୁଦ୍ର ପଥ ଖୋଲା ରହିବା ଉଚିତ।
ସୂଚନାଯୋଗ୍ୟ, ହର୍ମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗର ଓ ଓମାନ ଉପସାଗରକୁ ସଂଯୋଗ କରୁଥିବା ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ। ବିଶ୍ୱର ବଡ଼ ପରିମାଣର ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଏହି ମାର୍ଗ ଦେଇ ଭାରତ ସମେତ ଏସିଆର ଅନେକ ଦେଶକୁ ପରିବହନ କରାଯାଏ। ତେଣୁ ଏହି ଅଞ୍ଚଳରେ ଯେକୌଣସି ସାମରିକ କିମ୍ବା କୂଟନୈତିକ ଉତ୍ତେଜନାର ସିଧାସଳଖ ପ୍ରଭାବ ବିଶ୍ୱ ଊର୍ଜା ବଜାର ଓ ସାମୁଦ୍ରିକ ବାଣିଜ୍ୟ ଉପରେ ପଡ଼ିପାରେ।
ଦୀପାବଳି ଅବସରରେ ନିଜ ଜନ୍ମମାଟି କେନ୍ଦୁଝରକୁ ବଡ଼ ଉପହାର ଦ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ନୂଆଦିଲ୍ଲୀ: ଦୀପାବଳିର ଖୁସି ମାହୋଲ୍‌ରେ ଏକ ସ୍ୱତନ୍ତ...
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...
ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...
MBA ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅ...
ତିରୁଚିରାପଲ୍ଲୀ: ତାମିଲନାଡୁରେ ପ୍ରକୃତିର ତାଣ୍ଡବ। ରାଜ୍ୟର...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...