ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣର ପ୍ରାୟ ଚାରି ମାସ ପରେ ଇରାନ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଧ୍ୱଂସ ହୋଇଥିବା ବାସଭବନର ପ୍ରଥମ ଭିଡିଓ ସାର୍ବଜନୀନ କରିଛି। ବୁଧବାର ଇରାନର ସରକାରୀ ଟିଭି ଏବଂ ଖେମିନିଙ୍କ ଅଧିକାରିକ ୱେବସାଇଟରେ ଏହି ଭିଡିଓ ପ୍ରସାରଣ କରାଯାଇଛି।
ଭିଡିଓରେ ବାସଭବନ ପରିସରରେ ଥିବା ଏକ ମସଜିଦ ଏବଂ ଆକ୍ରମଣ ପରେ ହୋଇଥିବା କ୍ଷୟକ୍ଷତିର ଚିତ୍ର ଦେଖିବାକୁ ମିଳିଛି। ତେବେ ଆକ୍ରମଣରେ କେଉଁ କେଉଁ ଭବନ କ୍ଷତିଗ୍ରସ୍ତ ହୋଇଥିଲା ସେ ସମ୍ପର୍କରେ ସରକାରୀ ପକ୍ଷରୁ କୌଣସି ବିସ୍ତୃତ ବିବରଣୀ ପ୍ରକାଶ କରାଯାଇନାହିଁ।
ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୮ ତାରିଖରେ ହୋଇଥିବା ମିଳିତ ବିମାନ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଆମିର ନାସିରଜାଦେ, ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମହମ୍ମଦ ପାକପୁରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଖେମିନିଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଦାବି କରାଯାଇଛି।
ସେହିପରି ଖେମିନିଙ୍କ ପୁଅ ମୋଜତାବା ଖେମିନି ଆହତ ହୋଇଥିବା କୁହାଯାଉଥିବା ବେଳେ, ତାଙ୍କର ସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଭିଡିଓ କିମ୍ବା ଫଟୋ ପ୍ରକାଶ ପାଇନାହିଁ।
ଇରାନ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓକୁ ନେଇ ଆନ୍ତର୍ଜାତିକ ସ୍ତରରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ Binanceରେ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ଦୀପାବଳି ସଫାସୁତୁରା କେବଳ ଘରେ ନୁହେଁ, ଆର୍ଥିକ ଜୀବନରେ ବି...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଦେଶରେ ଘର ବିକ୍ରି ବଢ଼ିଲା ୧୨%, ରିଅଲ୍ ଇଷ୍ଟେଟ୍ ବଜାରରେ ନ...