ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଆହୁରି ତୀବ୍ର ହେଉଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଇରାନର କ୍ଷେପଣାସ୍ତ୍ର ରଣନୀତିକୁ ନେଇ ଆମେରିକାର ଚିନ୍ତା ବଢ଼ିଛି।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରଏକ ରିପୋର୍ଟ ଅନୁସାରେ, ଇରାନ ଏପରି କ୍ଷେପଣାସ୍ତ୍ର ବ୍ୟବହାର କରୁଛି ଯାହା ଅତ୍ୟଧିକ ବେଗରେ ଗତି କରିବା ସହ ଲକ୍ଷ୍ୟ ନିକଟକୁ ପହଞ୍ଚିବା ପୂର୍ବରୁ ହଠାତ୍ ଦିଗ ପରିବର୍ତ୍ତନ କରିପାରେ। ଏହା ଫଳରେ ସେଗୁଡ଼ିକୁ ଅଟକାଇବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କଷ୍ଟକର ହେଉଛି।
ରିପୋର୍ଟରେ କୁହାଯାଇଛି ଯେ, ଇରାନ ଏବେ ସମ୍ବେଦନଶୀଳ ସାମରିକ ଘାଟିକୁ ଅଧିକ ସଠିକତାର ସହ ଟାର୍ଗେଟ କରୁଛି। ଏହି ନୂଆ ରଣନୀତି ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।
ସମ୍ପ୍ରତି ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଦୁଇଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି। ଅନେକ ସୈନିକ ଆହତ ମଧ୍ୟ ହୋଇଛନ୍ତି।
ସୂଚନା ଅନୁସାରେ, ଜୋର୍ଡାନର ମୁୱାଫାକ୍ ସାଲ୍ଟି ବାୟୁସେନା ଘାଟିକୁ ଲକ୍ଷ୍ୟ କରି ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ସେଥିରୁ ଗୋଟିଏ କ୍ଷେପଣାସ୍ତ୍ର ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଲକ୍ଷ୍ୟଭେଦ କରିଥିବା ଦାବି କରାଯାଇଛି, ଯାହା ଫଳରେ ଘାଟିରେ କ୍ଷୟକ୍ଷତି ଘଟିଛି।
ଏହି ଘଟଣା ପରେ ଆମେରିକା ପୁଣି ଥରେ ଇରାନ ଉପରେ ବିମାନ ଆକ୍ରମଣ ଜାରି ରଖିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଜୋର୍ଡାନରେ ଆମେରିକୀୟ ସୈନିକଙ୍କ ମୃତ୍ୟୁର ପ୍ରତିକ୍ରିୟାରେ ଏହି ଅଭିଯାନକୁ ସେ ଅନୁମୋଦନ କରିଛନ୍ତି।
ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଏପର୍ଯ୍ୟନ୍ତ ମିଳୁନାହିଁ। ପରିସ୍ଥିତି ମଧ୍ୟପ୍ରାଚ୍ୟର ସୁରକ୍ଷା ଓ ବିଶ୍ୱ ରାଜନୀତି ପାଇଁ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।
କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା କମ୍ୟୁନିଟି ହେଲ୍ଥ ସେଣ୍...
ଜମ୍ମୁ-କାଶ୍ମୀରରେ ଲଗାତାର ମୁଷଳଧାରା ବର୍ଷା ଯୋଗୁଁ ରାଜୌରୀ...
ପୁରୀ ସମୁଦ୍ରରେ ରବିବାର ଆଉ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛ...
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରରତ୍ନଭଣ୍ଡାରରେ ରଖାଯାଇ...
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରାମମନ୍ଦିର ଦାନ ପାଣ୍ଠି...
ପଶ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ହଟଚମଟ ସୃଷ୍ଟି ହୋଇଛି। ବ...
ଇରାନରେ ସର୍ବୋଚ୍ଚ ନେତୃତ୍ୱକୁ ନେଇ ରାଜନୈତିକ ଟଣାପୋଡ଼ ତୀବ...
ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ କିଛିଟା କମିବାର ସମ୍ଭାବନ...
କଳାହାଣ୍ଡି ଜିଲ୍ଲାରୁ ପୁଣିଥରେ ସାମ୍ନାକୁ ଆସିଛି ଦୁର୍ଗମ ଅ...
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି...
ପଶ୍ଚିମବଙ୍ଗରେ ଟିଏମସି ନେତା ତଥା ଡାଇମଣ୍ଡ ହାର୍ବର ସାଂସ...
ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷାର ପ୍ରକୋ...