ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଇରାନ ଏକ ବଡ଼ ଦାବି କରିଛି। ତେହରାନର କହିବା ଅନୁଯାୟୀ, ଜୋର୍ଡାନରେ ମୁତୟନ ଥିବା ଆମେରିକାର ଯୁଦ୍ଧ ବିମାନ ଏବଂ ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରାଯାଇଛି।
ଏହାପୂର୍ବରୁ ଆମେରିକା ଇରାନର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିବା ବେଳେ, ସେଥିରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଏହି ଆକ୍ରମଣ କରାଯାଇଥିବା ବୋଲି ଇରାନ ଦାବି କରିଛି।
ଇରାନରଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, **‘ଅପରେସନ୍ ନାସର୍–୨’**ର ୧୪ତମ ପର୍ଯ୍ୟାୟ ଅନ୍ତର୍ଗତ ଦୁଇଟି ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଥିଲା। ଏଥିରେ ଜୋର୍ଡାନରେ ଅବସ୍ଥିତ ଆମେରିକୀୟ ଲଢ଼ୁଆ ବିମାନ ଓ ଏୟାର୍ ଟ୍ୟାଙ୍କର୍ ବିମାନକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି।
ଏପଟେ ଜୋର୍ଡାନ ସେନା କହିଛି ଯେ, ସେମାନେ ଇରାନର ତିନୋଟି କ୍ଷେପଣାସ୍ତ୍ରକୁ ମଧ୍ୟାକାଶରେ ଧ୍ୱଂସ କରିଦେଇଛନ୍ତି। ଏହା ପରେ ଇରାନ ପକ୍ଷରୁ ଆମେରିକୀୟ ବିମାନକୁ କ୍ଷତିଗ୍ରସ୍ତ କରିଥିବା ଦାବି ସାମ୍ନାକୁ ଆସିଛି।
ତେବେ ଏହି ଦାବିକୁ କୌଣସି ସ୍ୱାଧୀନ ଅନ୍ତର୍ଜାତୀୟ ସୂତ୍ର ପକ୍ଷରୁ ପୁଷ୍ଟି କରାଯାଇନାହିଁ। ଆମେରିକା ମଧ୍ୟ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ କରିନାହିଁ। ଫଳରେ ଇରାନର ଦାବିର ସତ୍ୟତା ନେଇ ଏଯାବତ୍ ସ୍ପଷ୍ଟତା ଆସିନାହିଁ।
ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ...
ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଗୁରୁବାର ପୁଣିଥରେ ୨...
ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ...
ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନବ ମହାକାଶ ଯାତ୍ରା ପ୍...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାଇମ୍-ଟାଇମ...
ଦିଲ୍ଲୀ ପୁଲିସରେ ବଡ଼ ପ୍ରଶାସନିକ ପରିବର୍ତ୍ତନ କରିଛନ୍ତି କ...
ତାମିଲନାଡୁରେ ମୁଖ୍ୟମନ୍ତ୍ରୀବିଜୟଙ୍କ ନେତୃତ୍ୱାଧୀନTVK ସରକ...
ରୁଷ୍‌ଠାରୁ ତୈଳ କ୍ରୟ କରୁଥିବା ଭାରତ ସମେତ ପାଞ୍ଚଟି...
ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସରକାର ବଡ଼ ପଦ...
ଲଘୁଚାପର ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହ...
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ...
ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ...