ଅନେକ ଭାରତୀୟ ସ୍ୱଇଚ୍ଛାରେ ରୁଷ ସେନାରେ ଯୋଗ ଦେଉଛନ୍ତି! କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ରୁଷ ଗସ୍ତରେ ପର୍ଯ୍ୟଟକ, ଛାତ୍ର କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ଯାଉଥିବା କିଛି ଭାରତୀୟ ନାଗରିକ ସ୍ୱଇଚ୍ଛାରେ ରୁଷ ସେନାରେ ଯୋଗ ଦେଉଥିବା କଥା କେନ୍ଦ୍ର ସରକାର କହିଛନ୍ତି।
Indian nationals joining the Russian armed forces.
Indian nationals joining the Russian armed forces.

ଅନେକ ଭାରତୀୟ ସ୍ୱଇଚ୍ଛାରେ ରୁଷ ସେନାରେ ଯୋଗ ଦେଉଛନ୍ତି! ସୁପ୍ରିମକୋର୍ଟରେ କେନ୍ଦ୍ରର ବଡ଼ ବୟାନ

ନୂଆଦିଲ୍ଲୀ: ରୁଷ ସେନାରେ ଭାରତୀୟ ନାଗରିକଙ୍କ ଯୋଗଦାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେତେକ ଭାରତୀୟ ନାଗରିକ ସ୍ୱଇଚ୍ଛାରେ ରୁଷ ସେନାରେ ଯୋଗ ଦେଉଥିବା ବେଳେ, ସରକାରୀ ଉଦ୍ୟମରେ ସେନାରୁ ମୁକ୍ତ ହୋଇ ଭାରତ ଫେରିଥିବା କିଛି ବ୍ୟକ୍ତି ପୁଣି ରୁଷ ସେନାରେ ଯୋଗ ଦେଇଥିବା ଏବଂ ବର୍ତ୍ତମାନ ସେମାନଙ୍କ ସନ୍ଧାନ ମିଳୁନଥିବା କଥା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

ଅକ୍ଟୋବର ୧୫ରେ ବୈଦେଶିକ ମନ୍ତ୍ରଣାଳୟର ଏକ ସ୍ଥିତି ରିପୋର୍ଟ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟି ସରକାରଙ୍କ ପକ୍ଷ ରଖି ଏହି ସୂଚନା ଦେଇଥିଲେ। ଦ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଏହି ମାମଲାରେ ସରକାର ଭାରତୀୟଙ୍କ ସୁରକ୍ଷା ଓ ସେମାନଙ୍କୁ ଫେରାଇ ଆଣିବାର ଉଦ୍ୟମ ସମ୍ପର୍କରେ ଅଦାଲତଙ୍କୁ ଅବଗତ କରାଇଛନ୍ତି।

ଟଙ୍କା ଓ ଆର୍ଥିକ ସୁବିଧା ପାଇଁ ସେନାରେ ଯୋଗଦାନ

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ, କିଛି ଭାରତୀୟ ନାଗରିକ ଆର୍ଥିକ ଲାଭ ପାଇବା ଆଶାରେ ରୁଷ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ସ୍ୱଇଚ୍ଛାରେ ଆଗ୍ରହ ପ୍ରକାଶ କରୁଛନ୍ତି। ପରେ ଭାରତ ସରକାରଙ୍କ ସହାୟତା ନେଇ ସେନାରୁ ମୁକ୍ତି ପାଇବାର ଆଶା ମଧ୍ୟ କିଛି ଲୋକ ରଖୁଥିବା କଥା ସରକାର କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ପର୍ଯ୍ୟଟକ, ଛାତ୍ର କିମ୍ବା କାର୍ଯ୍ୟଭିତ୍ତିକ ଭିସାରେ ରୁଷ ଯାଉଥିବା କିଛି ଭାରତୀୟ ସେଠାରେ ଅସ୍ଥାୟୀ ଆର୍ଥିକ ସୁବିଧା ପାଇଁ ସେନାରେ ଯୋଗଦେବାକୁ ଆଗ୍ରହ ଦେଖାଉଛନ୍ତି।

ଏହା ବ୍ୟତୀତ, କିଛି ବ୍ୟକ୍ତି ଭାରତୀୟ ନାଗରିକତା ଛାଡ଼ି ରୁଷର ପାସପୋର୍ଟ ନେବା ଏବଂ ପରେ ରୁଷ ସେନାରେ ନିଯୁକ୍ତି ପାଇବା ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ମୁକ୍ତ ହେବା ପରେ ପୁଣି ରୁଷ ସେନାରେ ଯୋଗଦାନ

ଏହି ମାମଲାର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି, ଭାରତ ସରକାର ଓ ଭାରତୀୟ ଦୂତାବାସର କୂଟନୈତିକ ଉଦ୍ୟମ ପରେ ରୁଷ ସେନାରୁ ମୁକ୍ତ ହୋଇ ଭାରତ ଫେରିଥିବା କିଛି ବ୍ୟକ୍ତି ପୁଣି ରୁଷ ସେନାରେ ଯୋଗ ଦେଇଥିବା ଅଭିଯୋଗ ରହିଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ସହ ଆଉ ଯୋଗାଯୋଗ କରିହେଉନାହିଁ ବୋଲି ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

ଏହି ଘଟଣା ରୁଷ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ବିଦେଶୀ ସେନାରେ ଭାରତୀୟଙ୍କ ନିଯୁକ୍ତି, ସେମାନଙ୍କ ସୁରକ୍ଷା ଏବଂ ଫେରାଇ ଆଣିବା ପ୍ରକ୍ରିୟାକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଛି।

ଭାରତ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଚେତାବନୀ

ରୁଷ ସେନାରେ ଯୋଗଦେବା ପାଇଁ ଅଜଣା ଏଜେଣ୍ଟ କିମ୍ବା ଅବିଶ୍ୱସନୀୟ ଚାକିରି ପ୍ରସ୍ତାବର ପ୍ରଲୋଭନରେ ନ ପଡ଼ିବାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ଭାରତୀୟ ନାଗରିକଙ୍କୁ ସତର୍କ କରିଛି।

ସେପ୍ଟେମ୍ବର ୩୦ରେ ଜାରି ଏକ ପରାମର୍ଶରେ ମନ୍ତ୍ରଣାଳୟ ଏହି ପଥକୁ ବିପଜ୍ଜନକ ବୋଲି କହିବା ସହ ଏଭଳି ନିଯୁକ୍ତିରୁ ଦୂରେଇ ରହିବାକୁ ଜୋର ଦେଇଥିଲା। ଯୁଦ୍ଧକ୍ଷେତ୍ରରେ ଜୀବନ ପ୍ରତି ଗୁରୁତର ବିପଦ ରହିଥିବାରୁ ଯେକୌଣସି ବିଦେଶୀ ଚାକିରି ପ୍ରସ୍ତାବ ଗ୍ରହଣ କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ସରକାର କହିଛନ୍ତି ଯେ, ରୁଷ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଛି। ରୁଷ ସେନାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା, ମୁକ୍ତି ଏବଂ ଭାରତକୁ ଫେରାଇ ଆଣିବା ପାଇଁ କୂଟନୈତିକ ସ୍ତରରେ ଉଦ୍ୟମ କରାଯାଉଛି।

 

LIVE TV
LIVE
Latest News
କେନ୍ଦ୍ରର ନିର୍ଦ୍ଦେଶକୁ ଅମାନ୍ୟ କରି ଜନ୍ତର ମନ୍ତରରେ CJPର ପ୍ରତିବାଦ, ପୋଲିସ ହେପାଜତରେ ନେତା

କେନ୍ଦ୍ରର ନିର୍ଦ୍ଦେଶକୁ ଅମାନ୍ୟ କରି ଜନ୍ତର ମନ୍ତରରେ...

ଜନ୍ତର ମନ୍ତରରେ CJPର ପ୍ରତିବାଦ, ନେତାଙ୍କୁ ହେପାଜତକୁ ନେଲ...

କୋରାପୁଟରୁ ମାଓବାଦୀଙ୍କ ଛାୟା ହଟୁଛି, ହେଲେ ଏବେ ବି ବିକାଶ ଅପେକ୍ଷାରେ ଦୁର୍ଗମ ଗାଁ

କୋରାପୁଟରୁ ମାଓବାଦୀଙ୍କ ଛାୟା ହଟୁଛି, ହେଲେ ଏବେ...

କୋରାପୁଟରୁ ମାଓବାଦୀଙ୍କ ଛାୟା ହଟୁଛି, ହେଲେ ଏବେ ବି ବିକାଶ...

CJP ନେତାଙ୍କ ଗିରଫଦାରୀକୁ ନେଇ ରାହୁଲ ଗାନ୍ଧୀଙ୍କ ସମର୍ଥନ! ଅଭିଜିତ ଦିପ୍‌କେ କହିଲେ ‘ଧନ୍ୟବାଦ’

CJP ନେତାଙ୍କ ଗିରଫଦାରୀକୁ ନେଇ ରାହୁଲ ଗାନ୍ଧୀଙ୍କ...

ଜନ୍ତର ମନ୍ତର ଘଟଣାରେ CJP ନେତାଙ୍କୁ ରାହୁଲଙ୍କ ସମର୍ଥନ...

କେବଳ ଚଢ଼ାଉ ନୁହେଁ, ଖାଦ୍ୟ ସୁରକ୍ଷା ପାଇଁ ଦରକାର ବୈଜ୍ଞାନିକ ବ୍ୟବସ୍ଥା! ମିଶ୍ରଣ ରୋକିବାକୁ ନୂଆ ରଣନୀତି ଜରୁରୀ

କେବଳ ଚଢ଼ାଉ ନୁହେଁ, ଖାଦ୍ୟ ସୁରକ୍ଷା ପାଇଁ...

ଖାଦ୍ୟ ସୁରକ୍ଷା ପାଇଁ କେବଳ ଚଢ଼ାଉ ନୁହେଁ, ଦରକାର ବୈଜ୍ଞାନ...

ବିଜୟଙ୍କ ହାତ ଇସାରାକୁ RSS ସହ ତୁଳନା କଲା DMK! ପୋଷ୍ଟରକୁ ନେଇ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା

ବିଜୟଙ୍କ ହାତ ଇସାରାକୁ RSS ସହ ତୁଳନା...

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ହାତ ଇସାରାକୁ ନେଇ ନୂଆ ବ...

ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷ ଟଙ୍କା! ସହାୟତା ଅପେକ୍ଷାରେ ୧୮ ବର୍ଷୀୟ ଯୁବତୀ

ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷ ଟଙ୍କା!...

ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷ ଟଙ୍କା! ସହାୟତା ଅପେକ୍ଷାର...

ଦୁର୍ଗାପୂଜା ପୂର୍ବରୁ ୨ ଦିନରେ ରାସ୍ତା ମରାମତି ଶେଷ କର: କଟକ-ଭୁବନେଶ୍ୱର ଅଧିକାରୀଙ୍କୁ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଦୁର୍ଗାପୂଜା ପୂର୍ବରୁ ୨ ଦିନରେ ରାସ୍ତା ମରାମତି...

ଦୁର୍ଗାପୂଜା ପୂର୍ବରୁ ୨ ଦିନରେ ରାସ୍ତା ମରାମତି ଶେଷ କରିବା...

ଲ୍ୟାବ୍‌ ରିପୋର୍ଟରେ ‘ଘୋଷ୍ଟ ପାଥୋଲୋଜିଷ୍ଟ’ ଅଭିଯୋଗ! ଡାକ୍ତର ଯାଞ୍ଚ ନକରି ରିପୋର୍ଟରେ ଦସ୍ତଖତ ହେଉଛି କି? NMCର ସ୍ପଷ୍ଟୀକରଣ

ଲ୍ୟାବ୍‌ ରିପୋର୍ଟରେ ‘ଘୋଷ୍ଟ ପାଥୋଲୋଜିଷ୍ଟ’ ଅଭିଯୋଗ! ଡାକ୍ତର...

ଲ୍ୟାବ୍‌ ରିପୋର୍ଟରେ ‘ଘୋଷ୍ଟ ପାଥୋଲୋଜିଷ୍ଟ&rs...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+