ଜାପାନରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଗତ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳ ପୁଣିଥରେ ଟାଇଟଲ୍ ରକ୍ଷା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ।
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲେ ମଧ୍ୟ ହର୍ମନପ୍ରୀତ୍ କୌରଙ୍କ ଉପରେ ବିସିସିଆଇ ପୁଣିଥରେ ଭରସା ପ୍ରକାଶ କରିଛି। ତାଙ୍କୁ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ମହିଳା ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଅନୁଭବୀ ଓପନର ସ୍ମୃତି ମନ୍ଧାନା ଉପଅଧିନାୟିକା ଦାୟିତ୍ୱ ତୁଳାଇବେ।
୧୫ ଜଣିଆ ଦଳରେ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ୱିକେଟକିପର ବ୍ୟାଟର୍ ୟାସ୍ତିକା ଭାଟିଆଙ୍କୁ ବାଦ ଦିଆଯାଇଥିବାବେଳେ ଜି କମଳିନୀଙ୍କୁ ସୁଯୋଗ ମିଳିଛି। ଆହତ ଥିବା ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କୁ ଫିଟ୍ନେସ୍ ସର୍ତ୍ତରେ ଦଳରେ ସାମିଲ କରାଯାଇଛି।
ଗତ ବର୍ଷ ଭାରତୀୟ ମହିଳା ଦଳ ଦିନିକିଆ ବିଶ୍ୱକପ୍ ଜିତିଥିଲେ ମଧ୍ୟ ଚଳିତ ଟି-୨୦ ବିଶ୍ୱକପ୍ରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା। ପାକିସ୍ତାନ, ବାଂଲାଦେଶ ଓ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା।
ତେବେ ଏହି ବିଫଳତା ସତ୍ତ୍ୱେ ଭାରତୀୟ ମହିଳା ଏବଂ ପୁରୁଷ କ୍ରିକେଟ୍ ଦଳ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ଜେମିମା ରଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର), ଜି କମଳିନୀ (ୱିକେଟକିପର), ଭାରତୀ ଫୁଲମାଲି, ଶ୍ରୀ ଚାରଣୀ, ରେଣୁକା ସିଂହ ଠାକୁର, କ୍ରାନ୍ତୀ ଗୌଡ଼, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ ଏବଂ ନନ୍ଦାନୀ ଶର୍ମା।
ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ରୋଗର ଚିହ୍ନଟ ଓ ଚିକିତ୍ସ...
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...