ଓଡ଼ିଶା ଉପକୂଳରେ ଭାରତ ଏକ ଶକ୍ତିଶାଳୀ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ICBM) ପରୀକ୍ଷା କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଡିଆରଡିଓ (DRDO) ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ, ବେ ଅଫ୍ ବେଙ୍ଗଲରେ ଜାରି ହୋଇଥିବା ବିଶାଳ NOTAM ଏବଂ ଆକାଶରେ ଦେଖାଯାଇଥିବା ଉଜ୍ଜ୍ୱଳ ଟ୍ରେଲ୍କୁ ନେଇ ଏହାକୁ ଏକ ଦୀର୍ଘ ପରିସରର ମିସାଇଲ୍ ପରୀକ୍ଷା ବୋଲି କୁହାଯାଉଛି।
ଏହି ପରୀକ୍ଷାକୁ ଅଗ୍ନି-୬ ମିସାଇଲ୍ ସହ ଯୋଡ଼ାଯାଉଥିଲେ ମଧ୍ୟ, ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହା ସମ୍ପୂର୍ଣ୍ଣ ଭାବେ ଅଗ୍ନି-୬ ନୁହେଁ। ତେବେ ଏହା ICBM ଶ୍ରେଣୀର ଏକ ମିସାଇଲ୍ ବୋଲି ଆଲୋଚନା ହେଉଛି। କିଛି ବିଶେଷଜ୍ଞଙ୍କ ମତରେ ଏହା ଅଗ୍ନି-୫ ର ଅପଗ୍ରେଡେଡ୍ ଭାର୍ସନ୍ କିମ୍ବା ନୂତନ ପ୍ରଯୁକ୍ତିର ଡେମୋ ହୋଇପାରେ।
ରିପୋର୍ଟ ଅନୁସାରେ, ମିସାଇଲ୍ଟି ଓଡ଼ିଶାର ଅବଦୁଲ କଲାମ ଦ୍ୱୀପ ନିକଟସ୍ଥ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ପରୀକ୍ଷା କରାଯାଇଥିଲା। ବେ ଅଫ୍ ବେଙ୍ଗଲରେ ପ୍ରାୟ ୩୫୦୦ କିଲୋମିଟର ଅଞ୍ଚଳକୁ ନୋ-ଫ୍ଲାଇ ଜୋନ୍ କରାଯାଇଥିଲା। ଏହାକୁ ଭାରତର ସାମରିକ କ୍ଷମତାରେ ବଡ଼ ସଫଳତା ବୋଲି ଦେଖାଯାଉଛି।
ଅଗ୍ନି-୬ ମିସାଇଲ୍କୁ ଭାରତର ସବୁଠାରୁ ଆଧୁନିକ ଦୀର୍ଘ ପରିସରର ମିସାଇଲ୍ ବୋଲି ଧରାଯାଉଛି, ଯାହାର ରେଞ୍ଜ ୧୦,୦୦୦ କିଲୋମିଟରରୁ ଅଧିକ ହୋଇପାରେ। ଏହା MIRV ପ୍ରଯୁକ୍ତି ସହିତ ଏକାଧିକ ଟାର୍ଗେଟକୁ ଆକ୍ରମଣ କରିପାରିବ ବୋଲି କୁହାଯାଉଛି।
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ସ୍ଥିତିରେ ହେଉଥି...
ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଫଳ ପ୍ରକାଶ ସମ୍ପର୍କିତ ସ୍ପ...
ଇଞ୍ଜିନିୟରିଂ କ୍ଷେତ୍ରରେ IITରେ ଭର୍ତ୍ତି ହେବାକୁ ଇଚ୍ଛୁକ...
ମଇ 3ରେ ଆୟୋଜିତ NEET UG 2026 ପରୀକ୍ଷାକୁ ଦେଶର ଶିକ୍ଷା ବ...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ନିଜର ମଲ୍ଟିଲ...
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ସ୍ଥିତିରେ ଘଟୁ...
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ଗତିବିଧିରେ ହେଉଥ...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍...