ଓଡ଼ିଶାରେ ପୁଣି ବର୍ଷା ବଢ଼ିବାର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅଗଷ୍ଟ ୧ରେ ଜାରି କରାଯାଇଥିବା ପାଣିପାଗ ପୂର୍ବାନୁମାନ ଅନୁସାରେ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ି ସହ ପବନ ହେବାର ସମ୍ଭାବନା ରହିଛି।
ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳ ବନ୍ୟା ପ୍ରଭାବରେ ରହିଥିବାରୁ ଆଗାମୀ ବର୍ଷା ସ୍ଥିତିକୁ ଆହୁରି ବିଗାଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଭାଗ ଅନୁସାରେ, ସମୁଦ୍ର ପତ୍ତନରେ ମୌସୁମୀ ଟ୍ରଫ୍ ଜୈସଲମେର, ଦକ୍ଷିଣ-ପୂର୍ବ ରାଜସ୍ଥାନ ଓ ଏହାର ଆଖପାଖରେ ଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରର କେନ୍ଦ୍ର, ବାନ୍ଦା, ଦେହରୀ, ମାଲଦା ଦେଇ ମଣିପୁର ଆଡ଼କୁ ରହିଛି।
ଦିନ-୧: ଅଗଷ୍ଟ ୨, ସକାଳ ୮ଟା ୩୦ ପର୍ଯ୍ୟନ୍ତ
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେବଜ୍ରପାତ ସହ ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନବହିବାର ସମ୍ଭାବନା ରହିଛି।
ଦିନ-୨: ଅଗଷ୍ଟ ୨ ସକାଳ ୮ଟା ୩୦ରୁ ଅଗଷ୍ଟ ୩ ସକାଳ ୮ଟା ୩୦ ପର୍ଯ୍ୟନ୍ତ
ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି।
ଦିନ-୩: ଅଗଷ୍ଟ ୩ ସକାଳ ୮ଟା ୩୦ରୁ ଅଗଷ୍ଟ ୪ ସକାଳ ୮ଟା ୩୦ ପର୍ଯ୍ୟନ୍ତ
ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ରହିଛି।
ଦିନ-୪: ଅଗଷ୍ଟ ୪ ସକାଳ ୮ଟା ୩୦ରୁ ଅଗଷ୍ଟ ୫ ସକାଳ ୮ଟା ୩୦ ପର୍ଯ୍ୟନ୍ତ
ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ର ମୁଖ୍ୟ ଚୟନକ...
ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲଙ୍କ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ହାଇୱେ କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ...
କ୍ରିକେଟ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ପୂର୍ବ...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...