ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଅଧିକ ବେତନ ପାଇଁ ସହର ବଦଳାଇବା ସାଧାରଣ କଥା। କିନ୍ତୁ ଆଇଆଇଟି ରୁର୍କୀର ପୂର୍ବତନ ଛାତ୍ରୀ ତଥା ଡାଟା ସାଇଣ୍ଟିଷ୍ଟ ସ୍ନେହା ପ୍ରିୟା ଏକ ଭିନ୍ନ ନିଷ୍ପତ୍ତି ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସେ ଗୁରୁଗ୍ରାମରେ ବର୍ଷକୁ ୩୨ ଲକ୍ଷ ଟଙ୍କାର ଚାକିରି ପ୍ରସ୍ତାବକୁ ଅସ୍ୱୀକାର କରି ବେଙ୍ଗାଲୁରୁରେ ରହିବାକୁ ବାଛିଛନ୍ତି।
ସ୍ନେହାଙ୍କ କହିବା ଅନୁଯାୟୀ, ତାଙ୍କ ପାଇଁ ଅଧିକ ଦରମା ଠାରୁ ମାନସିକ ଶାନ୍ତି, ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ଅଧିକ ଗୁରୁତ୍ୱପୂର୍ଣ୍ଣ। ବେଙ୍ଗାଲୁରୁର ପରିବେଶ, ସେଠାକାର ସଂସ୍କୃତି ଏବଂ ଲୋକଙ୍କ ବ୍ୟବହାର ତାଙ୍କୁ ନିଜ ଘର ଭଳି ଅନୁଭବ କରାଏ ବୋଲି ସେ କହିଛନ୍ତି।
ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ନେହା ଲେଖିଥିଲେ, “ଆଜି ମୋତେ ଗୁରୁଗ୍ରାମକୁ ଯାଇ ନୂଆ ଜୀବନ ଆରମ୍ଭ କରିବାକୁ ଥିଲା। କିନ୍ତୁ ମୁଁ ବେଙ୍ଗାଲୁରୁରେ ରହିବାକୁ ବାଛିଲି।” ସେ ଆହୁରି ଲେଖିଥିଲେ ଯେ, ଏହି ନିଷ୍ପତ୍ତି ନେବା ପରେ ଆକାଶରେ ଦୁଇଟି ଇନ୍ଦ୍ରଧନୁ ଦେଖି ତାଙ୍କୁ ଲାଗିଥିଲା ଯେ ସେ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସ୍ନେହା କହିଛନ୍ତି ଯେ, ପୂର୍ବରୁ ଦିଲ୍ଲୀ-ଏନସିଆର ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କର କିଛି ଅନୁଭବ ସନ୍ତୋଷଜନକ ନଥିଲା। ସେଥିପାଇଁ ସୁରକ୍ଷାକୁ ପ୍ରାଥମିକତା ଦେଇ ସେ ଗୁରୁଗ୍ରାମର ଅଧିକ ବେତନ ଥିବା ଚାକିରି ଛାଡ଼ି ବେଙ୍ଗାଲୁରୁରେ କମ୍ ବେତନର ଚାକିରି ଗ୍ରହଣ କରିଛନ୍ତି।
ତାଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅନେକ ବ୍ୟବହାରକାରୀ ସ୍ନେହାଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଜୀବନରେ କେବଳ ଅଧିକ ଟଙ୍କା ହିଁ ସଫଳତାର ମାପକାଠି ନୁହେଁ; ବରଂ ସୁରକ୍ଷା, ଭଲ ପରିବେଶ ଓ ମାନସିକ ସନ୍ତୁଷ୍ଟି ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ।
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
କେନ୍ଦ୍ରାପଡ଼ା:ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପ...