ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକ ପାଇଁ ଆସିଛି ଗର୍ବର ଖବର। ଜାତୀୟ ସ୍ତରର IIRF ରାଙ୍କିଙ୍ଗ୍ରେ ରାଜ୍ୟର ୩ଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି। ବିଶେଷ କରି କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲ୍ AIIMS ଭୁବନେଶ୍ୱରଠାରୁ ଉପରେ ରହିଛି।
ରିପୋର୍ଟ ଅନୁଯାୟୀ,SCB ମେଡିକାଲ କଲେଜ ଓ ହସ୍ପିଟାଲ୍ ୧୫ତମ ସ୍ଥାନହାସଲ କରିଥିବା ବେଳେAIIMS ଭୁବନେଶ୍ୱର ୧୬ତମ ସ୍ଥାନରେରହିଛି। ସେହିପରି ବୁର୍ଲାର VIMSAR ୬୪ତମ ଏବଂ ବ୍ରହ୍ମପୁରର MKCG ମେଡିକାଲ କଲେଜ ୭୪ତମ ସ୍ଥାନ ହାସଲ କରିଛି।
ଏହି ରାଙ୍କିଙ୍ଗ୍ରେ ମେଡିକାଲ ଶିକ୍ଷା, ଗବେଷଣା, ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ଅନୁଷ୍ଠାନଗୁଡ଼ିକର ପ୍ରଦର୍ଶନକୁ ବିଚାର କରାଯାଇଥାଏ।
ଓଡ଼ିଶାର ମେଡିକାଲ କଲେଜଗୁଡ଼ିକର ଏହି ସଫଳତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତର, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Indian Institutional Ranking Framework (IIRF) ହେଉଛି ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକର ବାର୍ଷିକ ମୂଲ୍ୟାଙ୍କନ ବ୍ୟବସ୍ଥା। ମେଡିକାଲ ଅନୁଷ୍ଠାନଗୁଡ଼ିକର ଶିକ୍ଷାଦାନର ଗୁଣବତ୍ତା, ଭିତ୍ତିଭୂମି, ଗବେଷଣା, ହସ୍ପିଟାଲ୍ ସୁବିଧା, ଫ୍ୟାକଲ୍ଟି, ଛାତ୍ର-ଶିକ୍ଷକ ଅନୁପାତ ଓ ଅନ୍ୟାନ୍ୟ ମାନଦଣ୍ଡ ଆଧାରରେ ରାଙ୍କିଙ୍ଗ୍ ପ୍ରସ୍ତୁତ କରାଯାଏ।
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...