ନୂଆଦିଲ୍ଲୀ: ଆମେରିକା ନୌସେନା ଯଦି ହର୍ମୁଜ ଜଳମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଏ, ତେବେ ବିଶ୍ୱର ତୈଳ ଓ ଗ୍ୟାସ୍ ପରିବହନରେ ଭୟଙ୍କର ସଙ୍କଟ ଦେଖାଦେବ। ହର୍ମୁଜ ଜଳମାର୍ଗ ମାଧ୍ୟମରେ ପ୍ରତିଦିନ ୨୦-୨୧ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପରିବହନ ହୋଇଥାଏ। ଏହି ଜଳମାର୍ଗ ବନ୍ଦ ହେଲେ ତୈଳ ଓ ଗ୍ୟାସ୍ ଯୋଗାଣ ପାଇଁ ବିକଳ୍ପ ରାସ୍ତା ରହିଥିଲେ ମଧ୍ୟ, ସେଗୁଡ଼ିକ ସମୟସାପେକ୍ଷ ଓ ଖର୍ଚ୍ଚସାପେକ୍ଷ ହେବା ସହ ଅଧିକ ବିପଦପୂର୍ଣ୍ଣ ମଧ୍ୟ ହେବ। ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ିବ।
ହର୍ମୁଜ ପ୍ରଣାଳୀ ବାହାରେ ଓମାନ ଉପସାଗର ଅଞ୍ଚଳରେ ଥିବା ୟୁଏଇର ପୂର୍ବତଟ ପାଇପ୍ ଲାଇନ ଏକ ବିକଳ୍ପ ହୋଇପାରିବ। କିନ୍ତୁ ଏହାର କ୍ଷମତା ଦୈନିକ ୧.୫ ନିୟୁତରୁ ୧.୮ ନିୟୁତ ବ୍ୟାରେଲ ମାତ୍ର। ଯେଉଁଠାରେ ହର୍ମୁଜ ମାଧ୍ୟମରେ ଦୈନିକ ୨୦ ନିୟୁତ ବ୍ୟାରେଲରୁ ଅଧିକ ତୈଳ ପରିବହନ ହୋଇଥାଏ। ତେଣୁ ଏହା ବିଶ୍ୱ ଆବଶ୍ୟକତା ପୂରଣ କରିପାରିବ ନାହିଁ।
ସାଉଦି ଆରବର “ପେଟ୍ରୋଲାଇନ” ବା “ଇଷ୍ଟ-ୱେଷ୍ଟ ପାଇପ୍ ଲାଇନ” ହର୍ମୁଜକୁ ଏକାଲ ତୈଳ ପରିବହନ ପାଇଁ ସବୁଠୁ ବଡ ବିକଳ୍ପ ଭାବରେ ଗଣାଯାଉଛି। ଏହା ୧୨୦୦ କି.ମି ଲମ୍ବା ଓ ପାରସ୍ୟ ଉପସାଗରରୁ ଲୋହିତ ସାଗରର ଗାନୁବ ବନ୍ଦର ପର୍ଯ୍ୟନ୍ତ ତୈଳ ପହଞ୍ଚାଏ। ଏହାର କ୍ଷମତା ଦୈନିକ ୫ ନିୟୁତରୁ ୭ ନିୟୁତ ବ୍ୟାରେଲ। ତଥାପି, ଲୋହିତ ସାଗରରେ ଚାଲିଥିବା ସଂଘର୍ଷ ଓ ଆକ୍ରମଣ ଭୟ ଯୋଗୁଁ ଏହା ପୂର୍ଣ୍ଣ ସୁରକ୍ଷିତ ନୁହେଁ।
ହର୍ମୁଜ ବନ୍ଦ ହେଲେ ଯେଉଁ ଜାହାଜଗୁଡ଼ିକ ଅନ୍ୟ ବାଟେ ଯିବାକୁ ଚେଷ୍ଟା କରିବେ, ସେମାନଙ୍କ ପାଇଁ ବାବ୍-ଅଲ୍-ମଣ୍ଡେବ ଜଳମାର୍ଗ ଓ ସୁଏଜ କେନାଲ ବଡ ଚାଲେଞ୍ଜ ହେବ। ଏହି ରାସ୍ତା ଯୁରୋପ ଓ ଆମେରିକା ପାଇଁ ଛୋଟ ହେଲେ ମଧ୍ୟ, ଏଠାରେ ଆଞ୍ଚଳିକ ସଂଘର୍ଷ ଓ ଡ୍ରୋନ ଆକ୍ରମଣର ବିପଦ ରହିଛି। ଯଦି ହର୍ମୁଜ ସହିତ ଲୋହିତ ସାଗର ଅଞ୍ଚଳ ମଧ୍ୟ ଅଶାନ୍ତ ରହେ, ତେବେ ବୈଶ୍ୱିକ ବଣିଜ୍ୟର ସମ୍ପୂର୍ଣ୍ଣ ଚେନ୍ ବିପଦରେ ପଡ଼ିଯିବ।
ଯଦି ସମସ୍ତ ଛୋଟ ରାସ୍ତା ବନ୍ଦ କିମ୍ବା ଅସୁରକ୍ଷିତ ହୋଇଯାଏ, ତେବେ ଜାହାଜଗୁଡ଼ିକୁ ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ମାର୍ଗରେ ଲମ୍ବା ରାସ୍ତା ଧରି ଯିବାକୁ ପଡ଼ିବ। ଏହାର ଫଳରେ ଅଧିକ ସମୟ ଲାଗିବ ଓ ଇନ୍ଧନ-ଶ୍ରମ ଖର୍ଚ୍ଚ ବଢ଼ିବ, ଯାହା ସାଧାରଣ ଲୋକଙ୍କ ପାଇଁ ମହଙ୍ଗାଇ ବୃଦ୍ଧିର କାରଣ ହେବ।
ହର୍ମୁଜ ବନ୍ଦ ହେଲେ ସବୁଠୁ ଅଧିକ ପ୍ରଭାବ ପଡ଼ିବ ଇରାକ, କୁଏତ, କତାର ଭଳି ଦେଶମାନଙ୍କ ଉପରେ, କାରଣ ସେମାନଙ୍କ ପାଖରେ ହର୍ମୁଜ ବ୍ୟତୀତ ଅନ୍ୟ କୌଣସି ବଡ ସମୁଦ୍ର ରାସ୍ତା ନାହିଁ। ଏହା ସେମାନଙ୍କ ଅର୍ଥନୀତିକୁ ଗୁରୁତର ଭାବରେ ପ୍ରଭାବିତ କରିବ।
ଇରାନ ସ୍ପଷ୍ଟ କରିଛି ଯେ ହର୍ମୁଜ ସମ୍ପୂର୍ଣ୍ଣ ବନ୍ଦ ହେଲେ, ଫୁଜୈରାହ ବନ୍ଦର ଭଳି ବିକଳ୍ପ ରାସ୍ତାଗୁଡ଼ିକୁ ସୁରକ୍ଷିତ ରଖିବାକୁ ସେ ଦେବନାହିଁ। ଇରାନ ପାଖରେ ଦୂରଗାମୀ ଡ୍ରୋନ ଓ ବାଲିଷ୍ଟିକ ମିସାଇଲର ଭଣ୍ଡାର ରହିଛି, ଯାହା ଦ୍ୱାରା ସେ ଓମାନ ଉପସାଗର ଓ ଆଖପାଖରେ ଥିବା ପାଇପ ଲାଇନକୁ ଟାର୍ଗେଟ କରିପାରେ।
ବିଶେଷଜ୍ଞମାନଙ୍କ ମତରେ, ବିଶ୍ୱର କୌଣସି ପାଇପ୍ ଲାଇନ କିମ୍ବା ବିକଳ୍ପ ଜଳମାର୍ଗ ହର୍ମୁଜର ସ୍ଥାନ ନେଇପାରିବ ନାହିଁ। ଏହି ଅଞ୍ଚଳର ସମସ୍ତ ପାଇପ୍ ଲାଇନର କ୍ଷମତା ଯୋଡ଼ିଲେ ମଧ୍ୟ ଦୈନିକ ୮-୯ ନିୟୁତ ବ୍ୟାରେଲରୁ ଅଧିକ ସମ୍ଭାଳି ପାରିବ ନାହିଁ। ଅବଶିଷ୍ଟ ୧୨ ନିୟୁତ ବ୍ୟାରେଲ ତୈଳ ଅଭାବ ବିଶ୍ୱରେ ଇନ୍ଧନ ସଙ୍କଟ ଓ ଦରବୃଦ୍ଧି ଘଟାଇବ।
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...
ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ ଅବସରରେ ପ୍ରଧାନ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପୁଣିଥରେ ଚିକିତ...
ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...
ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ଏବଂ ଆଫଗାନିସ...
ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରାଫିକ୍ ଚାଲାଣକୁ କେନ୍ଦ୍ର କରି...
ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଅସାଧାରଣ ଘଟଣା ସାମ୍ନ...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...
ଓଡ଼ିଶାର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ କଟକସ୍ଥିତ ଏସ୍ସ...