କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପୁଣିଥରେ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ସଫଳତା ହାସଲ କରିଛି। ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କଞ୍ଜେନିଟାଲ୍ ଆଡ୍ରେନାଲ୍ ହାଇପରପ୍ଲାସିଆ (Congenital Adrenal Hyperplasia - CAH) ରେ ପୀଡ଼ିତ ଚାରିଜଣ ମହିଳାଙ୍କ ଉପରେ ସଫଳତାର ସହ ଦୁର୍ଲଭ ସର୍ଜରୀ କରିଛି।
ଏହି ଚାରିଜଣ ରୋଗୀଙ୍କ ମଧ୍ୟରୁ ତିନିଜଣ ଓଡ଼ିଶାର ହୋଇଥିବା ବେଳେ ଜଣେ ଝାରଖଣ୍ଡର ବାସିନ୍ଦା। ଜନ୍ମଗତ ଏହି ରୋଗ ହରମୋନ ଉତ୍ପାଦନରେ ବାଧା ସୃଷ୍ଟି କରିଥାଏ ଏବଂ ଅନେକ ସମୟରେ ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ। ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରତି ୫,୦୦୦ ରୁ ୧୦,୦୦୦ ଶିଶୁଙ୍କ ମଧ୍ୟରୁ ଜଣେ ଏହି ରୋଗରେ ପୀଡ଼ିତ ହୋଇପାରନ୍ତି।
ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡା. ବିଶ୍ୱଜିତ ମିଶ୍ରଙ୍କ ନେତୃତ୍ୱରେ ଏହି ସର୍ଜରୀ କରାଯାଇଥିଲା। ସେ କହିଛନ୍ତି ଯେ, ଏହା କୌଣସି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ନୁହେଁ। ସର୍ଜରୀ କରାଯାଇଥିବା ସମସ୍ତ ରୋଗୀ ଜନ୍ମରୁ ମହିଳା ଏବଂ ସେମାନଙ୍କର କ୍ରୋମୋଜୋମ 46 XX ରହିଛି।
ଡା. ମିଶ୍ରଙ୍କ ଅନୁସାରେ, ମାନବ ଶରୀରରେ 21-ହାଇଡ୍ରକ୍ସିଲେଜ୍, 11-ବେଟା-ହାଇଡ୍ରକ୍ସିଲେଜ୍ ଏବଂ 17-ଆଲଫା-ହାଇଡ୍ରକ୍ସିଲେଜ୍ ଭଳି ଏଞ୍ଜାଇମ୍ ଷ୍ଟେରଏଡ୍ ସିନ୍ଥେସିସ୍ରେ ସହାୟକ ହୋଇଥାଏ। ଏହି ଏଞ୍ଜାଇମ୍ଗୁଡ଼ିକରେ ସମସ୍ୟା ହେଲେ ହରମୋନ ଉତ୍ପାଦନ ବାଧାପ୍ରାପ୍ତ ହୁଏ ଏବଂ CAH ଭଳି ଜନ୍ମଗତ ରୋଗ ଦେଖାଦେଇଥାଏ।
ସର୍ଜରୀ ପରେ ରୋଗୀମାନଙ୍କ ମାନସିକ ସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଆସିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ସର୍ଜରୀ ପୂର୍ବରୁ ଦୁଇଜଣ ରୋଗୀ ମାନସିକ ଭାବେ ଅବସାଦଗ୍ରସ୍ତ ଥିଲେ ଏବଂ ସେମାନଙ୍କ ସ୍ୱରରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଥିଲା। ହରମୋନ ଥେରାପି ଏବଂ ସର୍ଜରୀ ପରେ ସେମାନେ ବର୍ତ୍ତମାନ ଖୁସି ଓ ସ୍ୱାଭାବିକ ଜୀବନ ବିତାଉଛନ୍ତି।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର...
ଦୀପାବଳି ପରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଖୁସ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଭାରତୀୟ ଅଟୋମୋବାଇଲ୍ ବଜାରରେ SUV ଗାଡ଼ି ପ୍ରତି ଗ୍ରାହକଙ୍କ...
ଧନତେରସକୁ ନେଇ ଦେଶରେ ସୁନା ଓ ରୁପା କିଣାବିକା ପାଇଁ ବଜାର...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...