ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ପ୍ରବଳ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟରୁ ଆରମ୍ଭ ହୋଇଥିବା ବର୍ଷା ପ୍ରାୟ ୩୦ ମିନିଟ ଧରି ଲାଗି ରହିଥିଲା। ଅଳ୍ପ ସମୟର ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିଲା।
ଓଡ଼ିଶା ବିଧାନସଭା ସମ୍ମୁଖ ରାସ୍ତା, ଇସ୍କନ ଛକ, ରସୁଲଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ରାସ୍ତା ଉପରେ ଜମି ରହିଥିଲା। ଫଳରେ ଯାନବାହନ ଧୀର ଗତିରେ ଚଳାଚଳ କରିଥିବାବେଳେ ପାଦଚାରୀମାନେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା। ଏହି ବର୍ଷା ସହରର ଡ୍ରେନେଜ୍ ବ୍ୟବସ୍ଥାର ଦୁର୍ବଳତାକୁ ମଧ୍ୟ ସାମ୍ନାକୁ ଆଣିଛି।
ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରାଜ୍ୟର ଏକାଧିକ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି।
ଜୁଲାଇ ୨୨ ଓ ୨୩ ତାରିଖ ପାଇଁ ମଧ୍ୟ ଆଇଏମଡି ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
କୋଟି କୋଟି ଟଙ୍କାର ନିବେଶ ଓ କଥିତ ଆର୍ଥିକ ଅନିୟମିତତାକୁ ନ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭ...
ପୁରୀର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଭକ୍ତଙ୍...
କଟକ: କଟକ ସହରର ଜଳସମ୍ପଦକୁ ନେଇ ଚିନ୍ତା ବଢ଼ିଛି। ମହାନଦୀ...
ଓଡ଼ିଶାରେ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନ...
ଭାରତର ରିଅଲ୍ ଇଷ୍ଟେଟ୍ ବଜାରରେ୧ BHK ଘର ଏବେ ଏକ ଅଜବ ସ୍ଥି...
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ବିଲ୍‌ ବକେୟ...
୧୯୯୦ ଦଶକରେ ରତନ ଟାଟାଙ୍କ ସାମ୍ନାରେ ଥିଲା ବଡ଼ ଚ୍ୟାଲେଞ୍ଜ...
Shapoorji Pallonji Groupର ଚେୟାରମ୍ୟାନ୍ Shapoorji Pa...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...