ଓଡ଼ିଶାରେ ଲାଗିରହିଛି ପ୍ରବଳ ବର୍ଷା: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଲଘୁଚାପର ପ୍ରଭାବରେ ଓଡ଼ିଶାରେ ଲଗାତାର ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ସୁନ୍ଦରଗଡ଼ ସମେତ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।
Heavy rainfall continues across Odisha as IMD issues Orange Warning for five districts and Yellow Warning for 17 districts.
Heavy rainfall continues across Odisha as IMD issues Orange Warning for five districts and Yellow Warning for 17 districts.

ଲଘୁଚାପ ଜନିତ ବର୍ଷାରେ ସମଗ୍ର ଓଡ଼ିଶା ଭିଜୁଥିବା ବେଳେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଣିପାଗ ଏଭଳି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ରଥଯାତ୍ରା ପରଠାରୁ ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ହୋଇଆସୁଥିବା ବେଳେ ଏବେ ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି।

ଆଇଏମଡି ବୁଧବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

ସେହିପରି ଦେବଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ଲୋକମାନଙ୍କୁ ବଜ୍ରପାତ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଶେଷ କରି ପାଣି ଜମିଥିବା ସ୍ଥାନକୁ ନଯିବା ଏବଂ ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବାକୁ କୁହାଯାଇଛି।

ଆଇଏମଡିର ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବ ଯୋଗୁଁ ରାଜ୍ୟରେ ମୌସୁମୀ ବର୍ଷା ସକ୍ରିୟ ରହିବ। ତେଣୁ ସ୍ଥାନୀୟ ସ୍ତରରେ ଜଳବନ୍ଦୀ, ଜଳ ଜମା ଓ ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବା ସହ ନିୟମିତ ଭାବେ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

LIVE TV
LIVE
Latest News
ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ! କହିଲେ- ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଜଣାଉଛି ଶୁଭେଚ୍ଛା

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ!...

ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...

୨୦୨୭ରେ  ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା! Qdengaକୁ ନେଇ ଆଶା ସହ ବଢ଼ିଲା ଚିନ୍ତା

୨୦୨୭ରେ ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା!...

ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...

ଅତ୍ୟଧିକ ଗରମ ବଢ଼ାଉଛି ଗର୍ଭସ୍ଥ ଶିଶୁଙ୍କ ବିପଦ! ଭାରତରେ ୧୦ ହଜାରରୁ ଅଧିକ ଅକାଳ ପ୍ରସବର କାରଣ ହେଲା ତାପମାତ୍ରା

ଅତ୍ୟଧିକ ଗରମ ବଢ଼ାଉଛି ଗର୍ଭସ୍ଥ ଶିଶୁଙ୍କ ବିପଦ!...

ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...

SUV ବିକ୍ରିରେ ମହିନ୍ଦ୍ରାର ବଡ଼ ସଫଳତା! ଦ୍ୱିତୀୟ ତ୍ରୈମାସିକରେ ନିଟ୍ ଲାଭ ୨୫% ବୃଦ୍ଧି

SUV ବିକ୍ରିରେ ମହିନ୍ଦ୍ରାର ବଡ଼ ସଫଳତା! ଦ୍ୱିତୀୟ...

ଭାରତୀୟ ଅଟୋମୋବାଇଲ୍ ବଜାରରେ SUV ଗାଡ଼ି ପ୍ରତି ଗ୍ରାହକଙ୍କ...

ଧନତେରସରେ ସୁନା-ରୁପା ଦରରେ ହ୍ରାସ! ୨୨ ଓ ୨୪ କ୍ୟାରେଟ୍ ସୁନାର ଆଜିର ଦାମ କେତେ?

ଧନତେରସରେ ସୁନା-ରୁପା ଦରରେ ହ୍ରାସ! ୨୨ ଓ...

ଧନତେରସର ପବିତ୍ର ଅବସରରେ ସୁନା ଓ ରୁପା କିଣିବାକୁ ଗ୍ରାହକଙ...

ଡଲାର ତୁଳନାରେ ମଜବୁତ ହେଲା ଟଙ୍କା! ୧୬ ପଇସା ବଢ଼ି ୯୪.୪୮ରେ ପହଞ୍ଚିଲା ଭାରତୀୟ ମୁଦ୍ରା

ଡଲାର ତୁଳନାରେ ମଜବୁତ ହେଲା ଟଙ୍କା! ୧୬...

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର...

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି! ଅସ୍ତ୍ରୋପଚାର ବିନା ୩୦ ମିନିଟ୍‌ରେ ବାହାର କଲେ ଡାକ୍ତର

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି!...

ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...

ଅଣ୍ଡର-୧୯ ଏସିଆ କପ୍‌ରେ ଆଜି ଭାରତ-ନେପାଳ ଟକ୍କର! ଖେଳିବେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ, ଜାଣନ୍ତୁ ଲାଇଭ୍ ଦେଖିବେ କେଉଁଠି

ଅଣ୍ଡର-୧୯ ଏସିଆ କପ୍‌ରେ ଆଜି ଭାରତ-ନେପାଳ ଟକ୍କର!...

ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+