ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁରୁଷ ହେୟାର କଲର୍ ଓ କେଶ ଷ୍ଟ୍ରେଟନିଂ କରୁଛନ୍ତି। କିନ୍ତୁ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହାକୁ ନେଇ ଏବେ ଚିନ୍ତା ବଢ଼ିଛି।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (NIH) ସହ ଜଡ଼ିତ ବୈଜ୍ଞାନିକମାନଙ୍କ ମତାନୁସାରେ, ଯେଉଁ ମହିଳାମାନେ ନିୟମିତ ଭାବେ କେଶରେ ରଙ୍ଗ ଲଗାନ୍ତି ଏବଂ ଷ୍ଟ୍ରେଟନିଂ କରନ୍ତି, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଝୁମ୍ପ ବଢ଼ିପାରେ। ଏହି ସମ୍ପର୍କିତ ତଥ୍ୟInternational Journal of Cancerରେ ପ୍ରକାଶିତ ଏକ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।
ଆମେରିକାନ କ୍ୟାନ୍ସର ସୋସାଇଟି ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ମଧ୍ୟ ହେୟାର ଡାଏରେ ବ୍ୟବହୃତ କିଛି ରାସାୟନିକ ଉପାଦାନ, ବିଶେଷକରି ଆରୋମାଟିକ୍ ଆମିନ୍ସ, କ୍ୟାନ୍ସର ଝୁମ୍ପ ସହ ଜଡ଼ିତ ଥାଇପାରେ ବୋଲି ଉଲ୍ଲେଖ କରାଯାଇଛି।
ବିଶେଷଜ୍ଞଙ୍କ ମତରେ, ଅନେକ ହେୟାର କଲର୍ ଏବଂ ଷ୍ଟ୍ରେଟନିଂ ପ୍ରଡକ୍ଟରେ ଫର୍ମାଲଡିହାଇଡ୍, ଫିନୋଲ ଆମିନ୍ ଭଳି ରାସାୟନିକ ଦ୍ରବ୍ୟ ରହିଥାଏ। ଏହି ସବୁ କେମିକାଲ୍ ମୁଣ୍ଡର ତ୍ୱଚା ମାଧ୍ୟମରେ କିମ୍ବା ଶ୍ୱାସ-ପ୍ରଶ୍ୱାସ ସହ ଶରୀର ଭିତରକୁ ପ୍ରବେଶ କରିପାରେ।
ଡାକ୍ତରମାନେ କହୁଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ ହେୟାର କଲର୍ ବ୍ୟବହାର କରୁଥିବା ପ୍ରତ୍ୟେକ ମହିଳାଙ୍କୁ ନିଶ୍ଚିତ ଭାବେ ବ୍ରେଷ୍ଟ କ୍ୟାନ୍ସର ହେବ। ତେବେ ଦୀର୍ଘ ସମୟ ଧରି ବାରମ୍ବାର ରାସାୟନିକ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା କିଛି କ୍ଷେତ୍ରରେ ଝୁମ୍ପ ବଢ଼ାଇପାରେ।
ଏହି ବିପଦକୁ କମାଇବା ପାଇଁ ବିଶେଷଜ୍ଞମାନେ କେମିକାଲ୍-ଫ୍ରି କିମ୍ବା ପ୍ରାକୃତିକ ହେୟାର କଲର୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ହେୟାର କଲର୍ ବ୍ୟବହାର ପୂର୍ବରୁ ପ୍ୟାଚ୍ ଟେଷ୍ଟ କରିବା, ଗ୍ଲୋଭ୍ସ ପିନ୍ଧିବା ଏବଂ ପ୍ରଡକ୍ଟରେ ବ୍ୟବହୃତ ଉପାଦାନ ବିଷୟରେ ଜାଣିବା ମଧ୍ୟ ଜରୁରୀ।
ଡାକ୍ତରମାନଙ୍କ ମତରେ, ସମ୍ଭବ ହେଲେ ବାରମ୍ବାର କେଶ ରଙ୍ଗ କରିବାରୁ ଦୂରେଇ ରହିବା ଉଚିତ। ପ୍ରାକୃତିକ ହେନା ଭଳି ବିକଳ୍ପ ବ୍ୟବହାର କଲେ କେଶର ସୁରକ୍ଷା ସହ ସ୍ୱାସ୍ଥ୍ୟ ଝୁମ୍ପ ମଧ୍ୟ କମିପାରେ।
ଭିସା ଆବେଦନ ସମୟରେ ଦିଆଯାଉଥିବା ବାୟୋମେଟ୍ରିକ୍ ତଥ୍ୟ କେତେ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ଜାରି ରହିଛି।...
ଆମେରିକାର Federal Bureau of Investigation (FBI) ମଞ୍...
ୟୁକ୍ରେନ୍‌ରେ ଚାଲିଥିବା ଦୀର୍ଘ ଯୁଦ୍ଧକୁ ଶେଷ କରିବା...
ୱାଶିଂଟନ୍: ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆମେରିକୀ...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ହୋଇଥିବା ବିବାଦ ଶେଷରେ ମ...
ଓଡ଼ିଶାରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ଚୋରି ଘଟଣା ଥମିବ...
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାବାଳିକାଙ୍କୁ ନେଇ ୩ଟି ଦୁଷ୍କ...