ରଥଯାତ୍ରା ପୂର୍ବରୁ ପୁରୀ ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି ଓ ପୁନରୁଦ୍ଧାର କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ମନ୍ଦିର ପରିସରରେ ବିଭିନ୍ନ ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି।
ଉତ୍ତର ଦ୍ୱାରର ମରାମତି କାମ ଶେଷ ହୋଇଥିବାବେଳେ ମନ୍ଦିର ପ୍ରାଙ୍ଗଣରେ କ୍ଷତିଗ୍ରସ୍ତ ଖଣ୍ଡୋଲାଇଟ୍ ପଥରଗୁଡ଼ିକୁ ବଦଳାଯାଇଛି। ସେହିପରି ଆଡ଼ପ ମଣ୍ଡପରୁ ନାକଚଣା ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ମଧ୍ୟ ପଥର ପରିବର୍ତ୍ତନ କାମ କରାଯାଇଛି, ଯାହାଦ୍ୱାରା ପାହାଣ୍ଡି ନୀତି ସମୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ।
ପରବର୍ତ୍ତୀ ପର୍ଯ୍ୟାୟର ସଂରକ୍ଷଣ କାମକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ସହ ଆଲୋଚନା ହୋଇଛି। ଚଳିତ ମାସର ୧୮ ତାରିଖରୁ ଗର୍ଭଗୃହ, ନାଟମଣ୍ଡପ ଓ ଜଗମୋହନର ମରାମତି କାମ ଆରମ୍ଭ ହେବ।
ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ନାଟମଣ୍ଡପରେ ଏକ ଆଧୁନିକ ରାମ୍ପ ନିର୍ମାଣ କରାଯିବ। ଏହାର ଡିଜାଇନ୍ ଓ ନିର୍ମାଣ ଦାୟିତ୍ୱ ଆଇଆଇଟି ଭୁବନେଶ୍ୱରକୁ ଦିଆଯାଇଛି।
ଏସଜେଟିଏ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବା ଅବଧିରେ ଏଏସଆଇ ପକ୍ଷରୁ ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ସଂରକ୍ଷଣ କାମ କରାଯିବ। ସେବାୟତମାନଙ୍କ ସହ ଆଲୋଚନା କରି ସମସ୍ତ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି।
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...