Gold chain snatching incident involving an elderly woman in Semiliguda Koraput

ଡ୍ରେନ୍‌ରୁ କାଢ଼ିବା ବାହାନାରେ ଆସିଲେ, କଥାରେ ଭୁଲାଇ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ୩ ଭରି ସୁନା ଚେନ୍

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଶାସ୍ତ୍ରୀନଗରରେ ଦୁଇ ଦୁର୍ବୃତ୍ତ ଜଣେ ବୃଦ୍ଧାଙ୍କୁ କଥାରେ ଭୁଲାଇ ୩ ଭରି ଓଜନର ସୁନା ଚେନ୍ ଲୁଟି ନେଇଛନ୍ତି। ଡ୍ରେନ୍‌ରୁ କିଛି କାଢ଼ିବା ବାହାନାରେ ଆସି ସୁଯୋଗ ଦେଖି ଚେନ୍ ଝାମ୍ପିନେଇ ବାଇକ୍‌ରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

କୋରାପୁଟ:କଥାରେ ଭୁଲାଇ ଲୁଟ୍ର ନୂଆ ତରିକା। ଡ୍ରେନ୍ରୁ କିଛି କାଢ଼ିବା ବାହାନାରେ ଆସି ଜଣେ ବୃଦ୍ଧାଙ୍କ ବେକରୁ ୩ ଭରି ଓଜନର ସୁନା ଚେନ୍ ଝାମ୍ପିନେଇଛନ୍ତି ଦୁଇ ଦୁର୍ବୃତ୍ତ। ଘଟଣା ପରେ ବାଇକ୍ରେ ଫେରାର ହୋଇଯାଇଛନ୍ତି ଲୁଟେରା।

ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଶାସ୍ତ୍ରୀନଗରର ସନ୍ତୋଷୀ ମନ୍ଦିର ଲାଇନ୍ରେ। ସୂଚନା ଅନୁସାରେ, ଦୁଇ ମହିଳା ଘର ବାହାରେ ଠିଆ ହୋଇ କଥାବାର୍ତ୍ତା କରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ।

ପ୍ରଥମେ ଡ୍ରେନ୍ରୁ ଜଣେ ମହିଳାଙ୍କୁ କିଛି କାଢ଼ିବାରେ ସାହାଯ୍ୟ କରିବା ବାହାନା କରି ସେମାନେ ମହିଳାମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସୁଯୋଗ ଖୋଜିଥିଲେ ଦୁଇ ଲୁଟେରା।

କିଛି ସମୟ ପରେ ସୁଯୋଗ ପାଇ ସୁଲୋଚନା ଦାସ ନାମକ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଚେନ୍ର ଓଜନ ପ୍ରାୟ ୩ ଭରି ବୋଲି ଜଣାପଡ଼ିଛି।

ଚେନ୍ ଲୁଟିବା ପରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍ରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ସେମିଳିଗୁଡ଼ା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିବାକୁ ଦାବି ହୋଇଛି।

Latest News
ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ, ଜଣଙ୍କ ନିକଟରୁ ନକଲି PMO ପରିଚୟପତ୍ର ଜବତ

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା! ଅସଲି ଗହଣା ବଦଳରେ ରଖିଥିଲେ ନକଲି, ୨ ଗିରଫ

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା!...

ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ଅନ୍ୟ ୩ ପିଜିରେ ପୋଲିସର ଚଢ଼ାଉ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍...

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭ ଦିନରେ ୫୨ ପାକ୍‌ ଯବାନ ନିହତ

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭...

ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ମାଡ଼ି ଆସିବ ଅଜଣା ରୋଗ, ଜନ୍ମ ନେବେ ‘ସୁପରହ୍ୟୁମାନ୍’!

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ!...

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର ନୂଆ ପ୍ରଦେଶ! ଲଣ୍ଡନର ୯୦ ମିନିଟ୍‌ର ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର...

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି ଚୀନ୍‌! ଚୀନ୍‌ର AI କମ୍ପାନୀ ବିରୋଧରେ ୱାଶିଂଟନ୍‌ର ଗୁରୁତର ଅଭିଯୋଗ

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି...

ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+