ବୌଦ୍ଧ ଜିଲ୍ଲାରେ ଏକ ଘରେ ୮ ଫୁଟ ଲମ୍ବର ଅଜଗର ପଶିଯିବା ଘଟଣାକୁ ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ରାତିରେ ହରଭଙ୍ଗା ବ୍ଲକ୍ ଅଧୀନ ଆଡ଼େଣିଗଡ଼ ଗାଁର ଏକ ଘରକୁ ଖାଦ୍ୟ ସନ୍ଧାନରେ ଅଜଗରଟି ପଶିଥିବା ଜଣାପଡ଼ିଛି।
ଘର ଭିତରେ ପଶିବା ପରେ ଅଜଗରଟି କୁକୁଡ଼ା ଭାଡ଼ିରେ ପହଞ୍ଚି ଏକ କୁକୁଡ଼ାକୁ ଗିଳିଦେଇଥିଲା। କୁକୁଡ଼ା ଗିଳିବା ପରେ ଅଜଗରଟି ଆଉ ବାହାରକୁ ଯାଇନପାରି ଘର ଭିତରେ ରହିଥିଲା। ଏହା ଦେଖି ପରିବାର ଲୋକେ ଭୟଭୀତ ହୋଇ ସ୍ନେକ୍ ହେଲ୍ପଲାଇନ୍କୁ ସୂଚନା ଦେଇଥିଲେ।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ସାବଧାନତାର ସହ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସାପଟି କିମ୍ବା ଘରର କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନଥିଲା। ପରେ ଅଜଗରଟିକୁ ଆବାସିକ ଅଞ୍ଚଳଠାରୁ ଦୂରକୁ ନେଇ ଛାଡ଼ି ଦିଆଯାଇଥିଲା।
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଅଷ୍ଟ୍ରେଲିଆରେ ଚର୍ଚ୍ଚିତ ମସରୁମ୍ ହତ୍ୟାକାଣ୍ଡ ମାମଲାରେ ଦୋ...
ଅଷ୍ଟ୍ରେଲିଆରେ ଚର୍ଚ୍ଚିତ ‘ମଶରୁମ୍ ମର୍ଡର’ ମ...
ଚୀନ୍‌ର ଆର୍ଥିକ ଓ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ଦୋହଲା...
ଜର୍ମାନୀର ମ୍ୟୁନିଖ୍‌ରେ ୧୯୭୦ ମସିହାରେ ଘଟିଥିବା ଏକ...
ଗୁଜରାଟର ସାବରକାଣ୍ଠା ଜିଲ୍ଲାରେ ଏକ ମାସର ଶିଶୁ କନ୍ୟାକୁ ୧...
ଏଲ୍‌ ନିନୋର ପ୍ରଭାବରେ କମ୍ ବର୍ଷା ଯୋଗୁଁ ପାନାମା କେ...
ଅଧିକୃତ ପଶ୍ଚିମତଟରେ ଇସ୍ରାଏଲର ବସତି ବିସ୍ତାର ଅଭିଯାନ ଆହୁ...
ରୁଷିଆର ରାଜଧାନୀ ମସ୍କୋରେ ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି। ଦ...