ଗଞ୍ଜାମ ଜିଲ୍ଲାର କେ.ନୂଆଗାଁ ଥାନା ଅଞ୍ଚଳରେ ଲଗାତାର ଚୋରି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗତ ୫ ଦିନ ମଧ୍ୟରେ ୬ଟି ଚୋରି ଘଟଣା ଘଟିଥିବାରୁ ପୁଲିସର ରାତ୍ରିକାଳୀନ ପେଟ୍ରୋଲିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଗୁରୁବାର ଧଙ୍ଗର ଗାଁରେ ଏକ ବଡ଼ ଚୋରି ଘଟଣା ଘଟିଥିଲା। ଖବର ଅନୁସାରେ ଚୋରମାନେ ଏକ ଘରୁ ପ୍ରାୟ ୧୭୦ ଗ୍ରାମ ସୁନା ଗହଣା, ୬୦ ଗ୍ରାମ ରୂପା ଓ ୨୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ।
ଏହାପୂର୍ବରୁ ବୁଧବାର ଗିରିଧାରୀ ସାହୁଙ୍କ ଘରେ ମଧ୍ୟ ଚୋରି ଘଟିଥିଲା। ପରିବାର ଲୋକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରର ପଛପଟ ଦେଇ ପ୍ରବେଶ କରି ତାଲା ଭାଙ୍ଗି ଆଲମିରା ଖୋଲିଥିଲେ। ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଏପରି ଲଗାତାର ଚୋରି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସଦୃଶ ହୋଇପଡ଼ିଛି।
ନିକଟସ୍ଥ ଗାଁର କିଛି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଚୋରମାନେ ଚୋରି ସମୟରେ କୌଣସି ଅଜଣା ରାସାୟନିକ ପଦାର୍ଥ ସ୍ପ୍ରେ କରୁଛନ୍ତି, ଯାହା ଫଳରେ ଘର ଭିତରେ ଥିବା ଲୋକମାନେ କୌଣସି ଶବ୍ଦ ଶୁଣିପାରୁନାହାନ୍ତି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସରକାରୀ ପୁଷ୍ଟି ମିଳିନାହିଁ।
ରବିବାର ରାତିରେ କେ.ନୂଆଗାଁ ଥାନା ପଛପଟରେ ଥିବା ରୁଶିଆ ପ୍ରଧାନଙ୍କ ଘରେ ମଧ୍ୟ ଚୋରି ଘଟିଥିଲା। ସେଠାରୁ ଚୋରମାନେ ୧.୬୦ ଲକ୍ଷ ଟଙ୍କା ନଗଦ ସହ ପ୍ରାୟ ୩୫ ଗ୍ରାମ ସୁନା ଗହଣା ନେଇ ପଳାଇଥିବା ଅଭିଯୋଗ ହୋଇଛି।
ସୋମବାର ଲିଆଖାଇ ଗାଁରେ ପାପୁନ ପ୍ରଧାନଙ୍କ ଘରୁ ମଧ୍ୟ ପ୍ରାୟ ୨୯୦ ଗ୍ରାମ ସୁନା ଗହଣା ଲୁଟ ହୋଇଥିଲା। ଘଟଣା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ କଳାକାନା ବୁଲାଇଥିବା କୁହାଯାଉଛି।
ଏହାଛଡ଼ା ମଙ୍ଗଳବାର ସକାଳେ ବାହିନୀପତି ଗାଁର ପୁଷ୍ପା ବେହେରାଙ୍କ ଠାରୁ କିଛି ଦୁର୍ବୃତ୍ତ ପାଣି ପିବା ବାହାନାରେ ତାଙ୍କ ପିନ୍ଧିଥିବା ଗହଣା ଛିନତାଇ କରିଥିବା ଅଭିଯୋଗ ହୋଇଛି।
ଲଗାତାର ଏଭଳି ଚୋରି ଓ ଛିନତାଇ ଘଟଣା ପରେ ସ୍ଥାନୀୟ ଲୋକମାନେ ଅଞ୍ଚଳରେ କଡ଼ା ନଜରଦାରି ସହ ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...