ଗଞ୍ଜାମ ଜିଲ୍ଲାରେ ସାର୍ବଜନୀନ ସଭା, ରାଲି ଓ ଶୋଭାଯାତ୍ରା ଉପରେ କଡ଼ା ନିୟମ ଲାଗୁ ହୋଇଛି। ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୋଲିସ ଆଇନ, ୧୯୬୧ର ଧାରା ୩୦ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି।
ଅଗଷ୍ଟ ୧୬ରୁ ନଭେମ୍ବର ୧୩, ୨୦୨୬ ପର୍ଯ୍ୟନ୍ତ ଅର୍ଥାତ୍ ୯୦ ଦିନ ଧରି ଗଞ୍ଜାମ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ।
ନୂଆ ନିର୍ଦ୍ଦେଶ ଅନୁସାରେ, କୌଣସି ସଭା, ରାଲି କିମ୍ବା ଶୋଭାଯାତ୍ରା ଆୟୋଜନ ପୂର୍ବରୁ ସମ୍ପୃକ୍ତ SDPO କିମ୍ବା ଥାନା ଅଧିକାରୀଙ୍କଠାରୁ ପୋଲିସ ଅନୁମତି କିମ୍ବା ଲାଇସେନ୍ସ ନେବାକୁ ପଡ଼ିବ।
ଆୟୋଜକମାନଙ୍କୁ କାର୍ଯ୍ୟକ୍ରମର ସ୍ଥାନ, ସମୟ, ଉଦ୍ଦେଶ୍ୟ, ରୁଟ୍, ଆଶା କରାଯାଉଥିବା ଜନସମାଗମ ଏବଂ ଯାନବାହନ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ହେବ। କାର୍ଯ୍ୟକ୍ରମରେ ବାଣ ଫୁଟାଇବାର ଯୋଜନା ଥିଲେ କେଉଁ ପ୍ରକାରର ବାଣ ବ୍ୟବହାର କରାଯିବ, ସେ ସମ୍ପର୍କରେ ମଧ୍ୟ ଲିଖିତ ଭାବେ ଜଣାଇବାକୁ ପଡ଼ିବ।
ଗଞ୍ଜାମ ପୋଲିସ ପକ୍ଷରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ସତର୍କ କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, କିଛି ସଭା ଓ ରାଲିରେ ଅସାମାଜିକ ବ୍ୟକ୍ତିମାନେ ପ୍ରବେଶ କରି ଭିଡ଼ର ସୁଯୋଗ ନେଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ଘଟଣା ପରେ ଏହି ପଦକ୍ଷେପ ନିଆଯାଇଛି।
ତେଣୁ ଏଣିକି ଗଞ୍ଜାମ ଜିଲ୍ଲାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ କରିବାକୁ ହେଲେ ଆୟୋଜକମାନଙ୍କୁ ପୂର୍ବରୁ ଯୋଜନା କରି ପୋଲିସ ଅନୁମତି ନେବାକୁ ପଡ଼ିବ।
୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବନ୍ଦେ ମାତରମ୍‌କୁ ନ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ତାମିଲନାଡୁର ରାଜନୀତିରେ ଅଭିନେତାରୁ ରାଜନେତା ହୋଇଥିବା ସି....