ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ସହ ଜଡିତ ଏକ ଚମକପ୍ରଦ ଘଟଣା ସାମ୍ନାକୁ ଆସିଛି। ପୋଲିସ ଯାଞ୍ଚରୁ ଖସି ପଳାଇବା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ କିଛି ଦୁର୍ବୃତ୍ତ ଏକ କାରରେ ନିଆଁ ଲଗାଇ ଫେରାର ହୋଇଥିବା ସନ୍ଦେହ କରାଯାଉଛି।
ସୋମବାର ସକାଳେ ବୌଦ୍ଧ ଜିଲ୍ଲାର ମର୍ଜାଦାପୁର ଗ୍ରାମ ନିକଟସ୍ଥ ଆରଟିଓ ଟ୍ରେନିଂ ସେଣ୍ଟର ପାଖରେ ରାସ୍ତା କଡ଼ରେ ଏକ କାର ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, କାରଟି ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ପୋଲିସର ଯାନବାହନ ଯାଞ୍ଚ ଚାଲିଥିବା ଦେଖି ଗାଡ଼ିରେ ଥିବା ଦୁର୍ବୃତ୍ତମାନେ ଭୟଭୀତ ହୋଇପଡ଼ିଥିଲେ। ଯାଞ୍ଚରେ ଗଞ୍ଜେଇ ଧରାପଡ଼ିବା ଆଶଙ୍କାରେ ସେମାନେ ଏକ ନିଛାଟିଆ ସ୍ଥାନରେ କାରରୁ ଗଞ୍ଜେଇକୁ ଅନ୍ୟ ଏକ ଗାଡ଼ିକୁ ସ୍ଥାନାନ୍ତର କରିଥିବା ସନ୍ଦେହ କରାଯାଉଛି।
ଏହାପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କାରରେ ନିଆଁ ଲଗାଇ ସେମାନେ ଅନ୍ୟ ଗାଡ଼ିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ଅନୁମାନ କରୁଛି।
ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଡ଼ିଯାଇଥିବା କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିର ମାଲିକଙ୍କ ପରିଚୟ, ଫେରାର ଅଭିଯୁକ୍ତମାନଙ୍କ ସନାକ୍ତ ଏବଂ କେତେ ପରିମାଣର ଗଞ୍ଜେଇ ଚୋରାଚାଲାଣ ହେଉଥିଲା, ସେନେଇ ତଦନ୍ତ ଚାଲିଛି।
ଏହି ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ଚୋରାଚାଲାଣ ଚକ୍ରର ପର୍ଦ୍ଦାଫାସ କରିବାକୁ ପୋଲିସ ତଦନ୍ତକୁ ଜୋରଦାର କରିଛି।
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...