ଫ୍ଲୋରିଡା ଇସ୍କନ ପକ୍ଷରୁ ଆୟୋଜିତ ରଥଯାତ୍ରାକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସଂସ୍ଥା ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ଫ୍ଲୋରିଡା ଇସ୍କନର ବରିଷ୍ଠ ପ୍ରତିନିଧି ଭଦ୍ର ଦାସ ଏକ ପତ୍ର ମାଧ୍ୟମରେ ରଥଯାତ୍ରା ଉତ୍ସବ ଏବଂ ସେଠାରେ ବ୍ୟବହୃତ ଜଗନ୍ନାଥ ବିଗ୍ରହ ସମ୍ପର୍କରେ ନିଜ ମତ ସ୍ପଷ୍ଟ କରିଛନ୍ତି।
ଭଦ୍ର ଦାସଙ୍କ କହିବା ଅନୁଯାୟୀ, ଫ୍ଲୋରିଡା ଇସ୍କନର ରଥଯାତ୍ରାରେ ଭାଗ ନେଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ଶ୍ରୀମନ୍ଦିରର ମୂଳ ଚତୁର୍ଦ୍ଧା ମୂର୍ତ୍ତି ନୁହେଁ। ସେଗୁଡ଼ିକୁ ‘ପ୍ରତିଭୂ ମୂର୍ତ୍ତି’ ଅର୍ଥାତ୍ ମୂଳ ବିଗ୍ରହର ପ୍ରତିରୂପ ଭାବେ ବିବେଚନା କରାଯାଏ। ଏହି ବିଗ୍ରହଗୁଡ଼ିକୁ ଶ୍ରୀମନ୍ଦିରର ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରତିଷ୍ଠା କରାଯାଇନଥିବା ସହ ସେମାନଙ୍କର ମନ୍ଦିରରେ ପୂଜାର୍ଚ୍ଚନା ହୋଇନଥାଏ।
ସେ ଆହୁରି କହିଛନ୍ତି ଯେ, ଏହି ପ୍ରତିଭୂ ମୂର୍ତ୍ତିଗୁଡ଼ିକୁ ଗୃହ ଦେବତା ଭାବେ ଗଣାଯାଏ ଏବଂ ଗୃହସ୍ଥମାନେ ନିଜ ଘରେ ପୂଜା କରନ୍ତି। ଶାସ୍ତ୍ର ଅନୁଯାୟୀ, ପ୍ରତିଭୂ ମୂର୍ତ୍ତିଗୁଡ଼ିକ ଗୌଣ ବା ଦ୍ୱିତୀୟ ମୂର୍ତ୍ତି ହୋଇଥିବାରୁ ସେମାନଙ୍କୁ ଯେକୌଣସି ସମୟରେ ଶୋଭାଯାତ୍ରା କିମ୍ବା ଧାର୍ମିକ ଉତ୍ସବରେ ସାମିଲ କରାଯାଇପାରେ। ସେମାନେ ମୂଳ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିୟମରେ ବନ୍ଧା ନୁହନ୍ତି।
ଫ୍ଲୋରିଡା ଇସ୍କନ ପକ୍ଷରୁ କୁହାଯାଇଛି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକରେ ରଥଯାତ୍ରା ଆୟୋଜନ ସମୟ ଓ ତାରିଖରେ କେତେକ ବ୍ୟାବହାରିକ ପରିବର୍ତ୍ତନ କରାଯାଏ। ତଥାପି ସେମାନେ ବୈଦିକ ସନାତନ ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ପୂର୍ଣ୍ଣ ସମ୍ମାନ ରଖୁଥିବା ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଫ୍ଲୋରିଡା ଇସ୍କନ ପକ୍ଷରୁ ନିର୍ଦ୍ଧାରିତ ତିଥି ପୂର୍ବରୁ ରଥଯାତ୍ରା ଆୟୋଜନକୁ ନେଇ ଓଡ଼ିଶାର ଅନେକ ଭକ୍ତ, ସେବାୟତ ଓ ଧାର୍ମିକ ସଂଗଠନ ଆପତ୍ତି ଉଠାଇଥିଲେ। ଏହାପରେ ଇସ୍କନ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...