ଛତିଶଗଡ଼ର ରାୟପୁର ସ୍ଥିତ ସଞ୍ଜୟ ନଗର ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଭଡ଼ା ଘରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତକମାନଙ୍କୁ ସୟଦ ସାଜିଦ ସାଜୁ (୫୦), ତାଙ୍କ ପତ୍ନୀ ରାବିଆ ବାନୋ, ୨୦ ବର୍ଷୀୟ ପୁଅ ସୟଦ ଇରଶାଦ ଅଲି ଏବଂ ଦୁଇ ନାବାଳିକା ଝିଅ ଶାହିନା (୧୭) ଓ ଶବା (୧୫) ଭାବେ ଚିହ୍ନଟ କରାଯାଇଛି।
ପ୍ରାଥମିକ ଯାଞ୍ଚରେ ପୋଲିସ ଏହାକୁ ସନ୍ଦେହଜନକ ମୃତ୍ୟୁ ଭାବେ ବିବେଚନା କରୁଛି। ତେବେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ କୌଣସି ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ। ଶବ ବ୍ୟବଚ୍ଛେଦ ଓ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।
ଟିକରାପଡ଼ା ଥାନା ପ୍ରଭାରୀ ରାଜେଶ ମାରାଇଙ୍କ ସୂଚନା ଅନୁସାରେ, ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍କୁ ଘଟଣାସ୍ଥଳକୁ ଡକାଯାଇଛି। ପ୍ରମାଣ ସଂଗ୍ରହ କରାଯିବା ସହ ଘରକୁ ସିଲ୍ କରାଯାଇଛି।
ପୋଲିସ ଘରର ବିଭିନ୍ନ ଆସବାବପତ୍ର, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରୁଥିବା ବେଳେ ସ୍ଥାନୀୟ ସିସିଟିଭି ଫୁଟେଜ୍ ମଧ୍ୟ ଖତିଆନ କରାଯାଉଛି। ଏହାସହ ପଡ଼ୋଶୀମାନଙ୍କୁ ପଚରାଉଚରା ଜାରି ରହିଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇପଡ଼ିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ଥିବାରୁ କୌଣସି ଗୁଜବ ଉପରେ ବିଶ୍ୱାସ ନକରିବାକୁ ପୋଲିସ ସାଧାରଣ ଲୋକଙ୍କୁ ଅପିଲ୍ କରିଛି।
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ଇସ୍ରାଏଲ୍‌ର ରାଜନୀତିରେ ବଡ଼ ହଲଚଲ୍। ଦୀର୍ଘଦିନ ଧରି...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...