ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଫାୟାର ଆଣ୍ଡ ସେଫ୍ଟି ଏକ୍ସପୋ ଆୟୋଜିତ ହେବ। ଅକ୍ଟୋବର ୯ ତାରିଖରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ OFDRA ଫାୟାର ଗ୍ରାଉଣ୍ଡରେ ଏହି ଏକ୍ସପୋ ଅନୁଷ୍ଠିତ ହେବ। ଏକ୍ସପୋଟି ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ମାଗଣା ରହିବ।
ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ରାଜ୍ୟରୁ ୬୦ରୁ ଅଧିକ ଉଦ୍ୟୋଗୀ ଓ ଫାୟାର ସେଫ୍ଟି କ୍ଷେତ୍ର ସହ ଜଡ଼ିତ ସଂସ୍ଥା ଅଂଶଗ୍ରହଣ କରିବେ। ଏଠାରେ ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ଯନ୍ତ୍ରପାତି, ଫାୟାର ଡିଟେକ୍ସନ୍ ସିଷ୍ଟମ, ଆଲାର୍ମ, ସ୍ପ୍ରିଙ୍କଲର, ହାଇଡ୍ରାଣ୍ଟ ସିଷ୍ଟମ ସମେତ ବିଭିନ୍ନ ଆଧୁନିକ ସୁରକ୍ଷା ପ୍ରଯୁକ୍ତି ପ୍ରଦର୍ଶିତ ହେବ।
ଏକ୍ସପୋର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଗ୍ନି ନିରାପତ୍ତା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା। ଘର, ସ୍କୁଲ, ହସ୍ପିଟାଲ, ହୋଟେଲ, ଅଫିସ, ମଲ୍ ଏବଂ ଶିଳ୍ପାନୁଷ୍ଠାନ ଭଳି ସ୍ଥାନରେ ଅଗ୍ନିକାଣ୍ଡକୁ କିପରି ରୋକାଯାଇପାରିବ ଏବଂ ଜରୁରୀ ପରିସ୍ଥିତିରେ କିପରି ତୁରନ୍ତ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଲୋକଙ୍କୁ ଜାଣିବାର ସୁଯୋଗ ମିଳିବ।
ଏଥିସହ ଏକ୍ସପୋରେ ଫାୟାର ସେଫ୍ଟି ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି, ସେଫ୍ଟି ପ୍ରଫେସନାଲ୍ ଏବଂ ସୁରକ୍ଷା ସମାଧାନ ପ୍ରଦାନକାରୀଙ୍କ ସହ ଆଲୋଚନାର ସୁଯୋଗ ରହିବ। ଲାଇଭ୍ ଡେମୋନଷ୍ଟ୍ରେସନ୍ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନିକାଣ୍ଡ ସମୟରେ ଉଦ୍ଧାର ଏବଂ ଜରୁରୀକାଳୀନ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଜାଣିବାର ସୁଯୋଗ ରହିବ।
ଓଡ଼ିଶାରେ ଫାୟାର ସେଫ୍ଟି କ୍ଷେତ୍ରରେ ଉପଲବ୍ଧ ଦକ୍ଷତା ଓ ପ୍ରଯୁକ୍ତିକୁ ଦେଶବିଦେଶରେ ପହଞ୍ଚାଇବା ସହିତ ଅନ୍ୟ ରାଜ୍ୟରେ ବ୍ୟବହୃତ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଅବଗତ କରାଇବା ମଧ୍ୟ ଏହି ଆୟୋଜନର ଅନ୍ୟତମ ଲକ୍ଷ୍ୟ। ଆଗାମୀ ଦିନରେ ଏହି ଏକ୍ସପୋକୁ ଆହୁରି ବଡ଼ ଆକାରରେ ଆୟୋଜନ କରି ୩୦୦ରୁ ଅଧିକ ଉଦ୍ୟୋଗୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି।
ଅଗ୍ନି ନିରାପତ୍ତା କେବଳ ଶିଳ୍ପ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ବିଷୟ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସହ ଜଡ଼ିତ। ତେଣୁ ଏଭଳି ଆୟୋଜନ ମାଧ୍ୟମରେ ସଚେତନତା, ପ୍ରସ୍ତୁତି ଓ ଆଧୁନିକ ସୁରକ୍ଷା ପ୍ରଣାଳୀ ବିଷୟରେ ଜ୍ଞାନ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି।
ଆହୁରି ପଢନ୍ତୁ:ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଏକ୍ସପୋ; ଆଧୁନିକ ଫାୟାର ସେଫ୍ଟି ପ୍ରଯୁକ୍ତି ସହ ଲାଇଭ୍ ଡେମୋନଷ୍ଟ୍ରେସନ୍ ଦେଖିବାର ସୁଯୋଗ।
ବୁଏନସ୍ ଆଇରେସ୍:ଫୁଟବଲ୍ ଜଗତର ଦୁଇ ମହାନ ତାରକା ଲିଓନେଲ ମେ...
ନାଗୋୟା: Aichi-Nagoya 2026 ଏସିଆନ୍ ପାରା ଗେମ୍ସରେ ଭାରତ...
ଚୁପ୍ଚାପ୍’ EC ଅଫିସ ଯିବାକୁ ରାହୁଲଙ୍କ ଯୋଜନା, ବାଟ...
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟାଟିଂରେ ଆସିଥିବା ନୂଆ ପର...
ନାଗୋୟା: ଭାରତୀୟ ରେସଲର ସୁଜିତ କଲକଲଙ୍କ ଜୀବନରେ କମ୍&zwnj...
ଝାଡ଼ଖଣ୍ଡରେ ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସାଧାରଣ ଲ...
ଉତ୍ତରପ୍ରଦେଶରେ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ...
ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ଦିଲ୍ଲୀର ଜନ୍ତର ମନ୍ତରରେ ହେବା...