ସମଗ୍ର ୟୁରୋପ ବର୍ତ୍ତମାନ ଇତିହାସର ଅନ୍ୟତମ ଭୟଙ୍କର ଗ୍ରୀଷ୍ମ ପ୍ରବାହ (Heatwave)ର ସମ୍ମୁଖୀନ ହେଉଛି। ଅସହ୍ୟ ଗରମ ଯୋଗୁଁ ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ, ଚେକ୍ ଗଣରାଜ୍ୟ ସମେତ ବହୁ ଦେଶରେ ତାପମାତ୍ରା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ସହ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ଭିଡ଼ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି।
ପ୍ରଚଣ୍ଡ ଉତ୍ତାପର ପ୍ରଭାବ ଏତେ ଭୟଙ୍କର ଯେ ସୋସିଆଲ ମିଡିଆରେ ବାହାରେ ରଖାଯାଇଥିବା ପ୍ରାଇଙ୍ଗ ପ୍ୟାନରେ ଅଣ୍ଡା ଓ ମାଂସ ସହଜରେ ରାନ୍ଧି ହେଉଥିବା ଭିଡିଓ ଭାଇରାଲ ହେଉଛି। ଜର୍ମାନୀର ଲିପଜିଗ୍ ସହରରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଟ୍ରାମ ଲାଇନ୍ର ଲୁହା ଟ୍ରାକ୍ ବିକୃତ ହୋଇଯିବାରୁ ଟ୍ରାମ ସେବା ବନ୍ଦ କରାଯାଇଥିଲା।
ଅନେକ ସହରରେ ଚକୋଲେଟ୍, ପ୍ଲାଷ୍ଟିକ୍ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ତରଳି ଯାଉଥିବା ଦେଖାଯାଇଛି। ବର୍ଲିନରେ ଲୋକଙ୍କୁ ଶୀତଳତା ଦେବା ପାଇଁ ପୋଲିସ ୱାଟର କାନନ ମାଧ୍ୟମରେ ପାଣି ଛିଟାଇଥିଲା।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି ଯେ ୟୁରୋପ ପୃଥିବୀର ସବୁଠାରୁ ଦ୍ରୁତ ଗତିରେ ଉତ୍ତପ୍ତ ହେଉଥିବା ମହାଦେଶ। ବର୍ତ୍ତମାନ ପ୍ରାୟ ୧୫ କୋଟି ଲୋକ ଅତ୍ୟଧିକ ଗରମର ପ୍ରଭାବରେ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ଜୁନ୍ ୨୧ ପରଠାରୁ ତାପପ୍ରବାହ କାରଣରୁ ୧,୩୦୦ରୁ ଅଧିକ ଅତିରିକ୍ତ ମୃତ୍ୟୁ ଘଟିଛି। ଚେକ୍ ଗଣରାଜ୍ୟରେ ତାପମାତ୍ରା ୪୧.୯ ଡିଗ୍ରୀ ସେଲସିୟସ୍, ଜର୍ମାନୀରେ ୪୧.୭ ଡିଗ୍ରୀ ଏବଂ ପୋଲାଣ୍ଡରେ ୪୦.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଗତ କିଛି ଦିନ ମଧ୍ୟରେ ସାଧାରଣ ସମୟ ତୁଳନାରେ ୧,୦୦୦ରୁ ଅଧିକ ଅତିରିକ୍ତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶବ ସଂରକ୍ଷଣ ଗୃହଗୁଡ଼ିକ ପ୍ରାୟ ପୂର୍ଣ୍ଣ ହୋଇଯାଇଥିବାରୁ ପରିବାର ଲୋକଙ୍କୁ ସହର ବାହାରେ ଶେଷକୃତ୍ୟ କରିବାକୁ ପଡ଼ୁଛି।
ବିଶେଷଜ୍ଞମାନଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ୟୁରୋପରେ ଏଭଳି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଘଟଣା କ୍ରମଶଃ ବଢ଼ିବାର ସମ୍ଭାବନା ରହିଛି।
ଗଞ୍ଜାମ: ମାସ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ନମିଳିବାକ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ନବରଙ୍ଗପୁର: ଗୋଟିଏ ଜମିରୁ ଧାନ ସହ ମାଛ ଚାଷ କରି ଚାଷୀଙ୍କ...
ଢେଙ୍କାନାଳ ଜିଲ୍ଲାରେ ଏକ ବଡ଼ ବସ୍ ଦୁର୍ଘଟଣାରୁ ପ୍ରାୟ ୫୦...
ଭିସା ଆବେଦନ ସମୟରେ ଦିଆଯାଉଥିବା ବାୟୋମେଟ୍ରିକ୍ ତଥ୍ୟ କେତେ...
ୟୁକ୍ରେନ୍‌ରେ ଚାଲିଥିବା ଦୀର୍ଘ ଯୁଦ୍ଧକୁ ଶେଷ କରିବା...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଖାଦ୍ୟ କିମ୍ବା ପାନୀ...
ୱାଶିଂଟନ୍: ଇରାନ ସହ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆମେରିକୀ...