England, Croatia and Ghana qualify for FIFA World Cup Round of 32 after final Group L matches.

ଫିଫା ବିଶ୍ୱକପ୍: ରାଉଣ୍ଡ-୩୨ରେ ଇଂଲଣ୍ଡ, କ୍ରୋଏସିଆ ଓ ଘାନା; ପାନାମା ବିଦାୟ

ଗ୍ରୁପ୍‌-ଏଲ୍‌ ରୁ ଇଂଲଣ୍ଡ, କ୍ରୋଏସିଆ ଓ ଘାନା ଫିଫା ବିଶ୍ୱକପ୍‌ର ରାଉଣ୍ଡ-୩୨ରେ ସ୍ଥାନ ପକ୍କା କରିଛନ୍ତି। ଇଂଲଣ୍ଡ ୨-୦ ଗୋଲ୍‌ରେ ପାନାମାକୁ ହରାଇ ଗ୍ରୁପ୍ ଶୀର୍ଷରେ ରହିଥିବା ବେଳେ କ୍ରୋଏସିଆ ୨-୧ରେ ଘାନାକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନ ଦଖଲ କରିଛି। ପରାଜୟ ସତ୍ତ୍ୱେ ଘାନା ନକ୍‌ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

ପାନାମା ଚଳିତ ବିଶ୍ୱକପ୍ରେ ଲଗାତାର ତୃତୀୟ ପରାଜୟ ବରଣ କରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ପ୍ରଥମାର୍ଦ୍ଧରେ ପାନାମା ଇଂଲଣ୍ଡକୁ ଭଲ ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ନିଜର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।

୬୨ତମ ମିନିଟ୍  ରେବୁକାୟୋ ସାକାଙ୍କ ପାସ୍କୁ ଜୁଡେ ବେଲିଂହାମ୍ ଗୋଲ୍ରେ ପରିଣତ କରି ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଏହାର ପାଞ୍ଚ ମିନିଟ୍ ପରେ ବେଲିଂହାମ୍ଙ୍କ ପାସ୍ରୁ ହ୍ୟାରି କେନ୍ ଆଉ ଏକ ଗୋଲ୍ ଦେଇ ବ୍ୟବଧାନକୁ ୨-୦ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍ ହୋଇନଥିବାରୁ ଇଂଲଣ୍ଡ ସହଜ ବିଜୟ ହାସଲ କରିଥିଲା।

ଘାନାକୁ ହରାଇ ଦ୍ୱିତୀୟ ସ୍ଥାନରେ କ୍ରୋଏସିଆ

ଅନ୍ୟ ମ୍ୟାଚ୍ରେ କ୍ରୋଏସିଆ ୨-୧ ଗୋଲ୍ରେ ଘାନାକୁ ପରାସ୍ତ କରିଛି। ୩୧ତମ ମିନିଟ୍ରେ ମାତେଓ କୋଭାସିକ୍ଙ୍କ ପାସ୍ରୁ ପେଟାର ସୁସିକ୍ ଗୋଲ୍ ଦେଇ କ୍ରୋଏସିଆକୁ ଅଗ୍ରଣୀ କରାଇଥିଲେ।

୭୩ତମ ମିନିଟ୍ରେ ଡାରିକ୍ ଲୁକାସେନ୍ ଗୋଲ୍ ଦେଇ ଘାନା ପକ୍ଷରୁ ସ୍କୋର୍ ସମାନ କରିଥିଲେ। କିନ୍ତୁ ୮୩ତମ ମିନିଟ୍ରେ ନିକୋଲା ଭ୍ଲାସିକ୍ ନିର୍ଣ୍ଣାୟକ ଗୋଲ୍ ଦେଇ କ୍ରୋଏସିଆକୁ ବିଜୟୀ କରିଥିଲେ।

ଏହି ବିଜୟ ସହ କ୍ରୋଏସିଆ ଦ୍ୱିତୀୟ ସ୍ଥାନରେ ରହି ନକ୍ଆଉଟ୍ ପର୍ଯ୍ୟାୟକୁ ପହଞ୍ଚିଥିବା ବେଳେ ଘାନା ମଧ୍ୟ ତୃତୀୟ ଦଳ ଭାବେ ରାଉଣ୍ଡ-୩୨ରେ ସ୍ଥାନ ସୁନିଶ୍ଚିତ କରିଛି।

Latest News
ପ୍ରସ୍ତାବିତ ପ୍ରତିରକ୍ଷା ପ୍ରକଳ୍ପକୁ କୋରାପୁଟରେ ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଗ୍ରାମବାସୀ

ପ୍ରସ୍ତାବିତ ପ୍ରତିରକ୍ଷା ପ୍ରକଳ୍ପକୁ କୋରାପୁଟରେ ବିରୋଧ, ଜିଲ୍ଲାପାଳଙ୍କୁ...

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ପଦାପଦର...

ଓଡ଼ିଆ ଖାଦ୍ୟକୁ ପ୍ରୋତ୍ସାହନ: ରେଷ୍ଟୁରାଣ୍ଟ ପାଇଁ ପ୍ରୋତ୍ସାହନ ଯୋଜନା, ଜାରି ହେଲା ୮ଟି ଯୋଗ୍ୟତା ନିୟମ

ଓଡ଼ିଆ ଖାଦ୍ୟକୁ ପ୍ରୋତ୍ସାହନ: ରେଷ୍ଟୁରାଣ୍ଟ ପାଇଁ ପ୍ରୋତ୍ସାହନ...

ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟକୁ ଦେଶବ୍ୟାପୀ ଭାବେ ପହଞ୍...

ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ଆସିବ ଟ୍ୱିନ୍-ଇଞ୍ଜିନ୍ ହେଲିକପ୍ଟର, ଟେଣ୍ଡର ଆହ୍ୱାନ କଲା ରାଜ୍ୟ ସରକାର

ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ଆସିବ ଟ୍ୱିନ୍-ଇଞ୍ଜିନ୍...

ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଯା...

ଅବହେଳାର ଶିକାର ଅନୁଗୁଳର ଖୁଲୁଡ଼ି ଝରଣା: ପର୍ଯ୍ୟଟନସ୍ଥଳୀ ପାଲଟିଛି ଅଳିଆ ଆବର୍ଜନାର ଗଦା

ଅବହେଳାର ଶିକାର ଅନୁଗୁଳର ଖୁଲୁଡ଼ି ଝରଣା: ପର୍ଯ୍ୟଟନସ୍ଥଳୀ...

ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...

ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବ ‘GO-EAST’ ପ୍ଲାଟଫର୍ମ : ମୁଖ୍ୟମନ୍ତ୍ରୀ

ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାରେ ଶିଳ୍ପାୟନର...

ଓଡ଼ିଶାର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପ ବି...

ଓଡ଼ିଶାରେ ବଢ଼ିଲା ବର୍ଷାର ପ୍ରଭାବ, ୩୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଓଡ଼ିଶାରେ ବଢ଼ିଲା ବର୍ଷାର ପ୍ରଭାବ, ୩୦ ଜିଲ୍ଲାକୁ...

ମୌସୁମୀ ବାୟୁର ପୁନଃ ସକ୍ରିୟତା ଏବଂ ସମଗ୍ର ଓଡ଼ିଶାରେ ଏହାର...

ଓଡ଼ିଶାର ‘ସୁନା ଅଣ୍ଡା’ର ସଫଳତା: ବଲାଙ୍ଗିରରୁ ଅଷ୍ଟ୍ରିଆକୁ ରପ୍ତାନି ହେଲା ଏଗ୍ ପାଉଡର

ଓଡ଼ିଶାର ‘ସୁନା ଅଣ୍ଡା’ର ସଫଳତା: ବଲାଙ୍ଗିରରୁ ଅଷ୍ଟ୍ରିଆକୁ...

ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଦେଶ ପାଇଁ ଏକ ନୂଆ ସଫଳତାର ଅଧ୍...

ଏଲ୍ ନିନୋ ପ୍ରଭାବରେ ଦୁର୍ବଳ ମୌସୁମୀ: ଓଡ଼ିଶା ସମେତ ଅନେକ ରାଜ୍ୟରେ ବର୍ଷା ସଙ୍କଟ ଚିନ୍ତା ବଢ଼ାଇଲା

ଏଲ୍ ନିନୋ ପ୍ରଭାବରେ ଦୁର୍ବଳ ମୌସୁମୀ: ଓଡ଼ିଶା...

ଦେଶର ଅନେକ ସ୍ଥାନରେ ବର୍ଷା ହେଉଥିଲେ ମଧ୍ୟ ମୌସୁମୀ ଋତୁ ଆର...

ଜୁନ୍ 28 ପର୍ଯ୍ୟନ୍ତ ଓଡ଼ିଶାର 24 ଜିଲ୍ଲାକୁ ପାଣିପାଗ ସତର୍କତା, 6 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଜୁନ୍ 28 ପର୍ଯ୍ୟନ୍ତ ଓଡ଼ିଶାର 24 ଜିଲ୍ଲାକୁ...

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ସକ୍ରିୟ ହେ...

ବଜ୍ରପାତରେ ଜଳିଗଲା ଛଣଛପର ଘର, ଅଳ୍ପକେ ବର୍ତ୍ତିଗଲେ ପରିବାରର ୩ ସଦସ୍ୟ

ବଜ୍ରପାତରେ ଜଳିଗଲା ଛଣଛପର ଘର, ଅଳ୍ପକେ ବର୍ତ୍ତିଗଲେ...

ସୁବର୍ଣ୍ଣପୁର, ୨୬ ଜୁନ୍: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା...

Breaking News
+