Elderly beneficiaries protest in heavy rain demanding pension allowance in Mayurbhanj

ଭତ୍ତା ପାଇଁ ରାସ୍ତାକୁ ଓହ୍ଲାଇଲେ ଶହ ଶହ ବୃଦ୍ଧବୃଦ୍ଧା; ବର୍ଷାରେ ଭିଜିଲେ, ଝରାଇଲେ ଲୁହ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଶରତ ଛକରେ ଭତ୍ତା ଦାବିରେ ଶହ ଶହ ବୃଦ୍ଧବୃଦ୍ଧା ରାସ୍ତାରୋକ କରିଛନ୍ତି। ୯ଟି ପଞ୍ଚାୟତର ହିତାଧିକାରୀ ଏକାଠି ହୋଇ ବିକ୍ଷୋଭ କରିଥିବା ବେଳେ ସେମାନଙ୍କ ସହ ସରପଞ୍ଚମାନେ ମଧ୍ୟ ସାମିଲ ହୋଇଛନ୍ତି।

ମୟୂରଭଞ୍ଜ: ବୟସର ଅପରାହ୍ଣରେ ବି ଦୁଃଖ ସରୁନି। ଭତ୍ତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ବୃଦ୍ଧବୃଦ୍ଧା। ପ୍ରବଳ ବର୍ଷାରେ ଛତା ଧରି ରାସ୍ତା ଉପରେ ବସିବା ସହ ନିଜ ଦାବି ଜଣାଇଛନ୍ତି। ଭତ୍ତା ଟଙ୍କା ପାଇଁ ଏଭଳି ବର୍ଷାରେ ଭିଜି ଆନ୍ଦୋଳନ କରୁଥିବା ଦୃଶ୍ୟ ଅନେକଙ୍କୁ ଭାବବିହ୍ୱଳ କରିଛି।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଶରତ ଛକରେ ଏହି ରାସ୍ତାରୋକ ଓ ବିକ୍ଷୋଭ ହୋଇଛି। ୯ଟି ପଞ୍ଚାୟତର ଭତ୍ତା ହିତାଧିକାରୀ ଏକାଠି ହୋଇ ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ହିତାଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ମାସେ, ଦୁଇ ମାସ ହେଲାଣି ମିଳୁନି ଭତ୍ତା

ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁସାରେ, କେତେକ ହିତାଧିକାରୀଙ୍କୁ ମାସେ ହେଲାଣି ଭତ୍ତା ମିଳିନାହିଁ। ଆଉ କେତେକଙ୍କୁ ଦୁଇ ମାସ ହେଲାଣି ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି।

ସେହିପରି ଅନେକ ଲୋକ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ତାଲିକାରେ ସେମାନଙ୍କ ନାଁ ଉଠିନଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ଓ ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଶେଷରେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ହିତାଧିକାରୀ।

ବଢ଼ିତ ଭତ୍ତା ଓ ନୂଆ ହିତାଧିକାରୀଙ୍କୁ ଭତ୍ତା ଦାବି

ବୃଦ୍ଧବୃଦ୍ଧାଙ୍କ ଦାବି ମଧ୍ୟରେ ରହିଛି ବଢ଼ିତ ଭତ୍ତା ପ୍ରଦାନ ଏବଂ ନୂଆ ଆବେଦନକାରୀ ହିତାଧିକାରୀଙ୍କୁ ଭତ୍ତା ତାଲିକାରେ ସାମିଲ କରି ଶୀଘ୍ର ଟଙ୍କା ପ୍ରଦାନ।

ରାସ୍ତାରୋକ ଯୋଗୁଁ କପ୍ତିପଦା-କେଉଁଝର ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଶ୍ରାମ କରିବା ବୟସରେ ଭତ୍ତା ଟଙ୍କା ପାଇଁ ବର୍ଷାରେ ଭିଜି ରାସ୍ତା ଉପରେ ବସିଥିବା ବୃଦ୍ଧବୃଦ୍ଧାମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

Latest News
‘ତାଙ୍କୁ ନିଜ ମୁହୂର୍ତ୍ତ ବଞ୍ଚିବାକୁ ଦିଅନ୍ତୁ’: ପ୍ରେଗ୍ନାନ୍ସିକୁ ନେଇ ଟ୍ରୋଲ୍ ପରେ ପୋଷ୍ଟକୁ ଲାଇକ୍ କଲେ ଦୀପିକା

‘ତାଙ୍କୁ ନିଜ ମୁହୂର୍ତ୍ତ ବଞ୍ଚିବାକୁ ଦିଅନ୍ତୁ’: ପ୍ରେଗ୍ନାନ୍ସିକୁ...

ବଲିଉଡ୍ ଅଭିନେତ୍ରୀଦୀପିକା ପାଦୁକୋନ୍ନିଜ ପ୍ରେଗ୍ନାନ୍ସିକୁ...

‘Nayyi Navelli’ରେ ଡାହାଣୀ ଯାମି ଗୌତମ! ନା ଏହା କେବଳ ସନ୍ଦେହ? ଟିଜର୍‌ରେ ରହସ୍ୟ ବଢ଼ାଇଲା ମୋହିନୀଙ୍କ ଚରିତ୍ର

‘Nayyi Navelli’ରେ ଡାହାଣୀ ଯାମି ଗୌତମ! ନା...

ଯାମି ଗୌତମ ଧରଙ୍କ ଆଗାମୀ ଫିଲ୍ମ **‘Nayyi Navelli...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

‘Mirzapur: The Movie’ରେ ରବି କିଶନଙ୍କ ଭିଲେନ୍ ଅବତାର; ଖତରନାକ ଗ୍ୟାଙ୍ଗଷ୍ଟର ନୁହେଁ, ପ୍ରେମିକ ଭାବେ ଅଧିକ ନଜର ଆସିଲେ

‘Mirzapur: The Movie’ରେ ରବି କିଶନଙ୍କ ଭିଲେନ୍...

Mirzapur ଫ୍ରାଞ୍ଚାଇଜ୍‌ରେ ଭିଲେନ୍ ଚରିତ୍ରର ଅର୍ଥ ହ...

Qazi Touqeerଙ୍କ ପାଇଁ Bigg Boss ଦେଖିବେ Arijit Singh, କହିଲେ- ‘ଆମ ରକଷ୍ଟାର୍ Qazi ସେଠି ଅଛି’

Qazi Touqeerଙ୍କ ପାଇଁ Bigg Boss ଦେଖିବେ...

Bigg Boss 20ରେ କାଜି ତୌକିର୍‌ଙ୍କ ଏଣ୍ଟ୍ରି ତାଙ୍କ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+