ରାଜଧାନୀ ଭୁବନେଶ୍ୱରରେ ସଂଗଠିତ ଡ୍ରଗ୍ସ କାରବାର ବିରୋଧରେ କମିଶନରେଟ୍ ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀ ଆହତ ହୋଇଥିବା ସୂଚନା ମିଳିଛି।
ଆହତ ଅଭିଯୁକ୍ତ ପପୁନ ମାଝୀ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅଞ୍ଚଳର ବାସିନ୍ଦା ଓ ସେ ଦୀର୍ଘଦିନ ଧରି ଅବୈଧ ମାଦକ ଦ୍ରବ୍ୟ କାରବାରରେ ସଂଲଗ୍ନ ଥିବା ନେଇ ପୋଲିସ ନଜରରେ ଥିଲେ। କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍କୁ ପପୁନ ଇନ୍ଫୋଭ୍ୟାଲି ଥାନା ଅଧୀନ ଆରିଶୋଲ ଅଞ୍ଚଳରେ ଥିବା ସମ୍ପର୍କରେ ବିଶ୍ୱସନୀୟ ସୂଚନା ମିଳିଥିଲା।
ଏହାପରେ ପୋଲିସ ତୁରନ୍ତ ଚଢ଼ାଉ କରି ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୋଲିସକୁ ଦେଖି ପପୁନ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପ୍ରଥମେ ପୋଲିସ ଉପରେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି।
ପୋଲିସ ଆତ୍ମରକ୍ଷା ପାଇଁ ପ୍ରତିଗୁଳି ଚାଳନା କରିବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପପୁନ ମାଝୀଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା। ପରେ ପୋଲିସ ତାଙ୍କୁ କାବୁ କରି ହିରାସତକୁ ନେଇଥିଲା।
ଆହତ ପପୁନଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ଏବେ ପପୁନ ମାଝୀଙ୍କ ମାଦକ କାରବାର ସହ ଜଡିତ ନେଟୱର୍କ ଏବଂ ଅନ୍ତର୍ରାଜ୍ୟ ଡ୍ରଗ୍ସ ଚକ୍ର ସହ ସମ୍ପର୍କ ନେଇ ତଦନ୍ତ ଚଳାଇଛି। ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାର ତଦନ୍ତ ଉପରେ କଡ଼ା ନଜର ରଖିଛନ୍ତି।
‘KGF’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ସୋସିଆଲ୍ ମିଡିଆରେ‘Hanuman Ansh’ଫିଲ୍ମକୁ ନ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
AI ଦ୍ୱାରା ତିଆରିDeepfakeଓ ମର୍ଫଡ୍ ଫଟୋ-ଭିଡିଓର ଅନଧିକୃତ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ **‘Last Man in T...