Disabled candidate Nimesh Nayak seeks justice after being denied teacher job despite clearing exams

ପରୀକ୍ଷାରେ ସଫଳତା ପରେ ବି ଚାକିରି ମିଳିଲାନି, ଦିବ୍ୟାଙ୍ଗ ନିମେଶଙ୍କ ନାଁ କାହିଁକି କଟିଲା?

ଦିବ୍ୟାଙ୍ଗଙ୍କ ପାଇଁ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜକନିକା ତରାସ ଗାଁର ମେଧାବୀ ଛାତ୍ର ନିମେଶ ନାୟକଙ୍କୁ ଚାକିରି ମିଳିନଥିବା ଅଭିଯୋଗ ହୋଇଛି। ୨୦୨୧-୨୨ର ଇନିସିଆଲ୍‌ ଆପଏଣ୍ଟ ଟିଚର୍ ପରୀକ୍ଷାରେ ୮୮୩ତମ ସ୍ଥାନରେ ଥିବା ନିମେଶ B.Ed, OTET ଓ OSSTETରେ ମଧ୍ୟ ସଫଳ ହୋଇଥିଲେ। ସାର୍ଟିଫିକେଟ୍‌ ଯାଞ୍ଚ ପରେ ଫାଇନାଲ୍‌ ଲିଷ୍ଟରେ ତାଙ୍କ ରାଙ୍କ ୨,୪୨୭ ଥିବା ନେଇ ନୋଟିସ୍‌ ହୋଇଥିଲା। ତେବେ ପରେ କେଉଁ କାରଣରୁ ତାଙ୍କ ନାଁ ବାଦ୍‌ ପଡ଼ିଲା, ତାହାର ସ୍ପଷ୍ଟ ଉତ୍ତର ମିଳୁନାହିଁ।

କେନ୍ଦ୍ରାପଡ଼ା:ପରୀକ୍ଷାରେ ସଫଳତା, ମେଧା ଓ ଯୋଗ୍ୟତା ଥିବା ସତ୍ତ୍ୱେ ଚାକିରି ନମିଳିବା ଅଭିଯୋଗ ଆଣିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ରାଜକନିକା ତରାସ ଗାଁର ନିମେଶ ନାୟକ ନ୍ୟାୟ ପାଇଁ ଜିଲ୍ଲା ଶିକ୍ଷା ବିଭାଗଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି।

ରାଜ୍ୟ ସରକାର ଦିବ୍ୟାଙ୍ଗ ଯୁବକ-ଯୁବତୀଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି। ହେଲେ ନିମେଶଙ୍କ ମାମଲାରେ ଏହାର ବ୍ୟତିକ୍ରମ ହୋଇଥିବା ଅଭିଯୋଗ ଉଠିଛି।

ପରୀକ୍ଷାରେ ଥିଲେ ୮୮୩ତମ ସ୍ଥାନରେ

ନିମେଶଙ୍କ କହିବା ଅନୁସାରେ,୨୦୨୧-୨୨ ମସିହାର ଇନିସିଆଲ୍ ଆପଏଣ୍ଟ ଟିଚର୍ ପରୀକ୍ଷାରେ ସେ ୮୮୩ତମ ସ୍ଥାନରେରହିଥିଲେ। ଏହାଛଡ଼ା ସେ B.Ed, OTET ଏବଂ OSSTET ପରୀକ୍ଷାରେ ମଧ୍ୟ ଯୋଗ୍ୟତା ହାସଲ କରିଥିବା କୁହାଯାଇଛି।

ପରବର୍ତ୍ତୀ ସମୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କର ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ପ୍ରକାଶିତ ନୋଟିସ୍ରେ ନିମେଶଙ୍କ ନାଁ୨,୪୨୭ତମ ସ୍ଥାନରେଥିବା ନେଇ ଉଲ୍ଲେଖ ହୋଇଥିବା ଦାବି କରାଯାଇଛି।

ଅନ୍ୟମାନଙ୍କ ନାଁ କଟିବାର କାରଣ ଥିଲା, ନିମେଶଙ୍କର ନାହିଁ!

ନୋଟିସ୍ରେ ଅନ୍ୟ କେତେକ ଆଶାୟୀଙ୍କ ନାଁ ବାଦ୍ ପଡ଼ିବାର କାରଣ ଉଲ୍ଲେଖ ଥିବା କୁହାଯାଇଛି। କିନ୍ତୁ ନିମେଶଙ୍କ ନାଁ କେଉଁ କାରଣରୁ ବାଦ୍ ପଡ଼ିଲା, ସେନେଇ କୌଣସି ସ୍ପଷ୍ଟ ତଥ୍ୟ ତାଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି।

ଚାକିରି ପାଇଁ ଆବଶ୍ୟକ ପରୀକ୍ଷାଗୁଡ଼ିକରେ ସଫଳ ହେବା ପରେ ମଧ୍ୟ ତାଙ୍କ ନାଁ କାହିଁକି କଟିଲା, ତାହା ଜାଣିବା ପାଇଁ ନିମେଶ ବିଭିନ୍ନ ଅଧିକାରୀଙ୍କ ନିକଟକୁ ଯାଇଥିବା କହିଛନ୍ତି।

ଶିକ୍ଷା ବିଭାଗ ପାଖରେ ନାହିଁ ତଥ୍ୟ!

ନିମେଶଙ୍କ ଅଭିଯୋଗ ଅନୁସାରେ, ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯାଇଛନ୍ତି। ହେଲେ ତାଙ୍କ ନାଁ କାହିଁକି ବାଦ୍ ପଡ଼ିଲା, ସେନେଇ କେହି ସ୍ପଷ୍ଟ ଉତ୍ତର ଦେଇପାରୁନଥିବା ସେ କହିଛନ୍ତି।

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କୁହାଯାଇଥିବା ଅଭିଯୋଗ ହୋଇଛି।

ପରୀକ୍ଷାରେ ସଫଳତା ପରେ ମଧ୍ୟ ଚାକିରି କାହିଁକି ମିଳିଲାନି? କାହା ଭୁଲ ପାଇଁ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ନାଁ ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଲା? ଏହାର ଉତ୍ତର କେବେ ମିଳିବ? ଏଭଳି ଅନେକ ପ୍ରଶ୍ନ ଏବେ ନିମେଶ ଓ ତାଙ୍କ ପରିବାରକୁ ଚିନ୍ତିତ କରିଛି।

ନ୍ୟାୟ ପାଇଁ ନିମେଶ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି।

Latest News
ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ...

ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ ଜଳସ୍ତର: ହିମସ୍ଖଳନ ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା?

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ...

ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ଅନ୍ୟ ୩ ପିଜିରେ ପୋଲିସର ଚଢ଼ାଉ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍...

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+