ଢେଙ୍କାନାଳ ଜିଲ୍ଲାରେ ଶୁକ୍ରବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜମି ବିବାଦ ମାମଲାରେ ପୋଲିସ ପକ୍ଷପାତ କରୁଥିବା ଅଭିଯୋଗ ଆଣି ଜଣେ ବାପା ଓ ପୁଅ ଢେଙ୍କାନାଳ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ।
ସୂଚନା ଅନୁସାରେ, ଭାପୁର ଥାନା ଅନ୍ତର୍ଗତ ରାଣୀପାଳ ଗ୍ରାମର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଦୀର୍ଘଦିନ ଧରି ପୈତୃକ ସମ୍ପତ୍ତି ବିବାଦକୁ ନେଇ ସମସ୍ୟାରେ ରହିଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷ ପୂର୍ବରୁ ଭାପୁର ଥାନାରେ ଅଭିଯୋଗ କରିଥିଲେ।
ତେବେ ରାଉତ ପରିବାରର ଅଭିଯୋଗ ଅନୁସାରେ, ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଏକତରଫା କାର୍ଯ୍ୟାନୁଷ୍ଠାନ ନେଇ ସରୋଜ ରାଉତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ସେମାନେ ମାନସିକ ଭାବେ ଅତ୍ୟନ୍ତ ବିଚଳିତ ଥିଲେ।
ଅଭିଯୋଗର ନ୍ୟାୟସଙ୍ଗତ ସମାଧାନ ନ ହେବାରୁ ଶୁକ୍ରବାର ସକାଳେ ବାପା-ପୁଅ ଢେଙ୍କାନାଳ ଏସ୍ପି କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ସେମାନେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ କାର୍ଯ୍ୟାଳୟ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବଡ଼ ଅଘଟଣ ଟଳିଯାଇଥିଲା।
ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ଏହି ଘଟଣା ସମ୍ପର୍କରେ ଢେଙ୍କାନାଳ ଏସ୍ପି ଅଭିନବ ସୋଙ୍କର କହିଛନ୍ତି ଯେ, ଦୁଇଜଣ ବ୍ୟକ୍ତି ପେଟ୍ରୋଲ ଆଣି ନିଜ ଦେହରେ ଢାଳିଥିଲେ। ପୁଲିସର ତୁରନ୍ତ ହସ୍ତକ୍ଷେପ ଫଳରେ ସେମାନଙ୍କ ଜୀବନ ରକ୍ଷା ପାଇଥିଲା। ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣାଯିବ ଏବଂ ଯଥାର୍ଥ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।
ଏହି ଘଟଣା ପୁଣିଥରେ ସ୍ଥାନୀୟ ବିବାଦ ମାମଲାରେ ପୁଲିସର ଭୂମିକା ଓ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ତଦନ୍ତ ପରେ ପ୍ରକୃତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...