ଢେଙ୍କାନାଳ ଭୁବନ ବ୍ଲକ ଯମୁନାକୋର୍ଟ ପଞ୍ଚାୟତରେ ରହିଛି ନୃସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଶିଶୁବାଟିକାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପିଲାମାନେ ପାଠ ପଢ଼ନ୍ତି।
କିନ୍ତୁ ବର୍ଷା ଋତୁ ଆସିଲେ ବ୍ରାହ୍ମଣୀ ନଦୀର ବଢ଼ିପାଣି ସ୍କୁଲ ଚାରିପଟକୁ ଘେରି ଦେଉଛି। ବିଦ୍ୟାଳୟକୁ ଯିବା ରାସ୍ତା ମଧ୍ୟ ପାଣିରେ ବୁଡ଼ିଯାଉଥିବାରୁ ସ୍କୁଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି।
ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ସ୍କୁଲକୁ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି।
ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ବିଦ୍ୟାଳୟକୁ ଯିବା ସମ୍ଭବ ନହେବାରୁ ମାସେରୁ ଅଧିକ ସମୟ ହେଲା ସାହି କୋଠଘରେ ଅସ୍ଥାୟୀ ଭାବେ ପାଠପଢ଼ା ଚାଲିଛି।
ଏଠାରେ ବିଦ୍ୟାଳୟ ଭଳି ଶିକ୍ଷାଦାନ ପରିବେଶ ନଥିବା ସହ ଆବଶ୍ୟକ ଶିକ୍ଷା ସାମଗ୍ରୀ ଓ ସୁବିଧା ମଧ୍ୟ ଉପଲବ୍ଧ ନଥିବା ଅଭିଯୋଗ ହୋଇଛି। ଏପରିକି ବିନା କଳାପଟାରେ ୪୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।
ବିଦ୍ୟାଳୟ ନିର୍ମାଣ ହେବା ଦିନଠାରୁ ଅର୍ଥାତ୍ ପ୍ରାୟ ୩୦ ବର୍ଷ ଧରି ବର୍ଷା ଋତୁରେ ଏଭଳି ସମସ୍ୟା ଲାଗିରହିଥିବା କୁହାଯାଇଛି।
ପ୍ରତିବର୍ଷ ବର୍ଷା ଆସିଲେ ସ୍କୁଲ ଚାରିପଟେ ପାଣି ଜମିବା ସହ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ଏହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କହିବା ଅନୁସାରେ, ସ୍କୁଲକୁ ଯିବା ପାଇଁ ସ୍ଥାୟୀ ଭାବରେ ଉଚ୍ଚ ରାସ୍ତା ନିର୍ମାଣ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ।
ତେବେ ଦୀର୍ଘ ୩୦ ବର୍ଷ ଧରି ଛାତ୍ରଛାତ୍ରୀ ଯେଉଁ ସମସ୍ୟା ଭୋଗୁଛନ୍ତି, ତାହାର ସ୍ଥାୟୀ ସମାଧାନ କେବେ ହେବ—ଏବେ ଏହା ହିଁ ବଡ଼ ପ୍ରଶ୍ନ।
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...