ପରିବେଶବିତ୍ ତଥା ଲଦାଖର ସାମାଜିକ କର୍ମୀସୋନମ ୱାଙ୍ଗଚୁକଙ୍କ ୧୯ ଦିନିଆ ଅନଶନକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ କରିଛନ୍ତି। ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଓ ପରିବେଶ ସୁରକ୍ଷା ଦାବିରେ ସେ ଦିଲ୍ଲୀର ଜନ୍ତରମନ୍ତରରେ ଅନଶନ ଜାରି ରଖିଛନ୍ତି।
ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି କହିଛନ୍ତି,"ପ୍ରତ୍ୟେକ ମଣିଷର ଜୀବନ ମୂଲ୍ୟବାନ ଏବଂ ତାହାକୁ ବଞ୍ଚାଇବା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନିଆଯିବା ଆବଶ୍ୟକ।"କୋର୍ଟ ସରକାରୀ ଡାକ୍ତରଙ୍କ ଦ୍ୱାରା ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରୀ ରିପୋର୍ଟ ଅନୁଯାୟୀ ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ, ଏହି ମାମଲାରେ ପୂର୍ବରୁ ନୋଟିସ୍ ଜାରି ହୋଇଛି ଏବଂ ସରକାରୀ ଡାକ୍ତରମାନେ ପ୍ରତିଦିନ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଛନ୍ତି। ତାଙ୍କ ଅନୁମତି ମିଳିଲେ ସରକାରୀ ଓ ବେସରକାରୀ ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।
କୋର୍ଟ କହିଛନ୍ତି ଯେ, ଆନ୍ଦୋଳନ ସ୍ଥଳରେ ସ୍ଥାୟୀ ଓ ସୁବ୍ୟବସ୍ଥିତ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ। ଜଣେ ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ଗଣତନ୍ତ୍ର ପାଇଁ ମଧ୍ୟ ଚିନ୍ତାର ବିଷୟ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।
ସରକାର ପକ୍ଷରୁ ମଧ୍ୟ ଆଶ୍ୱାସନା ଦିଆଯାଇଛି ଯେ, ୱାଙ୍ଗଚୁକଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଡାକ୍ତରୀ ସହାୟତା ଉପଲବ୍ଧ କରାଯିବ। ସରକାରଙ୍କ ସହଯୋଗମୂଳକ ଆଭିମୁଖ୍ୟକୁ ଦିଲ୍ଲୀ ହାଇକୋର୍ଟ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସୋନମ ୱାଙ୍ଗଚୁକ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଏବଂ ସେଠାର ପରିବେଶକୁ ଅନିୟନ୍ତ୍ରିତ ଶିଳ୍ପାୟନରୁ ସୁରକ୍ଷା ଦେବା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଛନ୍ତି। ୧୯ ଦିନର ଅନଶନ ପରେ ତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇଥିଲେ ମଧ୍ୟ ସେ ନିଜ ଦାବିରେ ଅଡ଼ି ରହିଛନ୍ତି।
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ସ୍ନାତକୋତ୍ତର (PG)...
ମୟୂରଭଞ୍ଜ: ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଓଡ଼ିଶା ଶ...
ଭୁବନେଶ୍ୱର: ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ଜାରି ରହିଛି।...