ଦାରା ସିଂଙ୍କ ମୁକ୍ତି ଆବେଦନକୁ ନେଇ ଚାଲିଥିବା ଆଇନଗତ ପ୍ରକ୍ରିୟା ପୁଣି ଘୁଞ୍ଚିଛି। ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତି ଆବେଦନ ଉପରେ ଶୁଣାଣି ଜାରି ରହିଛି।
ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଏହି ମାମଲାର ଶୁଣାଣି ହେଉଛି। ମଙ୍ଗଳବାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବର କାରଣ ଦର୍ଶାଯାଇଥିବା ବେଳେ ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ଦାରା ସିଂଙ୍କ ଓକିଲ ସୂଚନା ଦେଇଛନ୍ତି।
ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ବୈଠକ ଆଧାରରେ ଦାରା ସିଂଙ୍କ ରିହାତି ପ୍ରକ୍ରିୟା ଶେଷ ହେବାର ଆଶା କରାଯାଉଥିଲା। ଅଗଷ୍ଟ ୪ କିମ୍ବା ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ମିଳିପାରେ ବୋଲି ଆଶା ରହିଥିଲା। କିନ୍ତୁ ଭେରିଫିକେସନ୍ ସହ ଅନ୍ୟାନ୍ୟ ପ୍ରକ୍ରିୟା କାରଣରୁ ଏହା ଆଗକୁ ବଢ଼ିପାରିନଥିବା କୁହାଯାଇଛି।
ଆବଶ୍ୟକ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇନଥିବାରୁ ଅଦାଲତ କ୍ଷୋଭ ପ୍ରକାଶ କରିଥିବା ଓକିଲ ଏପି ସିଂହ କହିଛନ୍ତି। ଏହି ମାମଲା ଦୁଇ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଥିବା ସେ ସୂଚନା ଦେଇଛନ୍ତି।
ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ହେଲେ ରିହାତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାର ରାସ୍ତା ଖୋଲିପାରେ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ। ଏବେ ରାଜ୍ୟ ସରକାର କେବେ ରିପୋର୍ଟ ଦାଖଲ କରୁଛନ୍ତି ଏବଂ ଏହାପରେ ଅଦାଲତଙ୍କ ପରବର୍ତ୍ତୀ ନିଷ୍ପତ୍ତି କ’ଣ ହେଉଛି, ତାହା ଉପରେ ନଜର ରହିଛି।
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...