ବାତ୍ୟା ‘ଆର୍ଣ୍ଣବ’ ପାଇଁ ନନ୍ଦନକାନନରେ ହାଇଆଲର୍ଟ! ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି

ବାତ୍ୟା ‘ଆର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ନନ୍ଦନକାନନ ଜୁଲୋଜିକାଲ୍ ପାର୍କ ଓ ଷ୍ଟେଟ୍ ବଟାନିକାଲ୍ ଗାର୍ଡେନ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Nandankanan Zoo
Nandankanan Zoo

ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବକୁ ନେଇ ଓଡ଼ିଶାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ନନ୍ଦନକାନନ ଜୁଲୋଜିକାଲ୍ ପାର୍କ ଓ ଷ୍ଟେଟ୍ ବଟାନିକାଲ୍ ଗାର୍ଡେନ୍ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଛି। ଅଧିକାରୀଙ୍କ ସୂଚନା ଅନୁସାରେ, ବାତ୍ୟା ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ସହ କର୍ମଚାରୀ, ପର୍ଯ୍ୟଟକ ଓ ଭିତ୍ତିଭୂମିର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। 

ବାତ୍ୟା ପରିସ୍ଥିତିର ନିରନ୍ତର ନଜରଦାରି ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ରେଞ୍ଜ୍‌ୱାରୀ ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି, ଯାହାଦ୍ୱାରା ଜରୁରୀ ସମୟରେ କର୍ମଚାରୀମାନେ ଶୀଘ୍ର ପଦକ୍ଷେପ ନେଇପାରିବେ। ପୁଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ଅନ୍ୟ ଜରୁରୀକାଳୀନ ସଂସ୍ଥା ସହ ସମନ୍ୱୟ ମଧ୍ୟ କରାଯାଇଛି। 

ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି ପଶୁ ଏନ୍‌କ୍ଲୋଜର୍, ଦୁର୍ବଳ ନିର୍ମାଣ, ବିଦ୍ୟୁତ୍ ବ୍ୟବସ୍ଥା, ରାସ୍ତା ଓ ଡ୍ରେନେଜ୍‌ର ଯାଞ୍ଚ କରାଯାଇଛି। ଆବଶ୍ୟକ ପ୍ରତିରୋଧକ ବ୍ୟବସ୍ଥା ନିଆଯାଇଛି। 

ପଶୁପକ୍ଷୀଙ୍କ ପାଇଁ ପଶୁ ଚିକିତ୍ସା ବ୍ୟବସ୍ଥା ସୁଦୃଢ଼, ଆବଶ୍ୟକ ଔଷଧ, ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖାଯାଇଛି। ପାଣିପାଗ ଅନୁକୂଳ ନଥିଲେ ଆବଶ୍ୟକତା ଅନୁସାରେ କିଛି ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ contingency plan ମଧ୍ୟ ପ୍ରସ୍ତୁତ ରହିଛି। ଜରୁରୀ ଉପକରଣ, ଉଦ୍ଧାରକାରୀ ଟିମ୍ ଓ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। 

ଏହାସହ ନନ୍ଦନକାନନର Boat Ghatରେ ୩ଟି ଡଙ୍ଗାକୁ standby ରଖାଯାଇଛି। ବାତ୍ୟା ପରେ ପରିସର ଯାଞ୍ଚ, ଭାଙ୍ଗିପଡ଼ିଥିବା ଗଛ ଓ ଅନ୍ୟାନ୍ୟ ଆବର୍ଜନା ସଫା କରିବା ସହ ଆବଶ୍ୟକ ପୁନରୁଦ୍ଧାର କାମ କରାଯିବ। 

ନନ୍ଦନକାନନ ଓ ଷ୍ଟେଟ୍ ବଟାନିକାଲ୍ ଗାର୍ଡେନ୍‌ରେ ପର୍ଯ୍ୟଟକଙ୍କ ପ୍ରବେଶ, ସାମୟିକ ବନ୍ଦ କିମ୍ବା ପୁନଃ ଖୋଲିବା ନେଇ ନିଷ୍ପତ୍ତି ପାଣିପାଗ ଓ ସକ୍ଷମ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଆଧାରରେ ନିଆଯିବ।

LIVE TV
LIVE
Latest News
୧୯୯ରେ ଅଟକିଲେ ଦେବଦତ୍ତ ପଡିକ୍କଲ, ଖରାପ ଆଲୋକରେ ବିଜୟ ହାତଛଡ଼ା କଲା ଭାରତ-A

୧୯୯ରେ ଅଟକିଲେ ଦେବଦତ୍ତ ପଡିକ୍କଲ, ଖରାପ ଆଲୋକରେ...

ପ୍ରଥମ ଇନିଂସ୍‌ରେ ୧୧୩, ପରେ ଅବିଶ୍ୱସନୀୟ ପ୍ରତ୍ୟାବର...

ଜାତିବାଦୀ ଅଭିଯୋଗ ପରେ U-15 ବିଶ୍ୱକପ୍‌ ମ୍ୟାଚ୍‌ ଛାଡ଼ିଲା ଇଂଲଣ୍ଡ, ତଦନ୍ତ କରୁଛି FIFA

ଜାତିବାଦୀ ଅଭିଯୋଗ ପରେ U-15 ବିଶ୍ୱକପ୍‌ ମ୍ୟାଚ୍‌...

ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଘଟିଲା ଘଟଣା ସୋମବାର ବାକୁର...

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା! ୨୦୧୭ରେ କ୍ୟାରିୟର ଶେଷ କରିଦେଇପାରିଥାନ୍ତା ହିପ୍ ଇଞ୍ଜୁରି

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା! ୨୦୧୭ରେ...

ରୋହିତ ଶର୍ମାଙ୍କ ଫିଟନେସ୍କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟ...

Jio IPOରେ ଟଙ୍କା ଲଗାଇଛନ୍ତି କି? ଲିଷ୍ଟିଂ ପୂର୍ବରୁ ଜାଣନ୍ତୁ ସମ୍ଭାବ୍ୟ ଲାଭ

Jio IPOରେ ଟଙ୍କା ଲଗାଇଛନ୍ତି କି? ଲିଷ୍ଟିଂ...

Jio Platforms IPOରେ ଯେଉଁ ନିବେଶକଙ୍କୁ ଶେୟର ଆଲଟ୍&zwnj...

iPhone Duo ଡିସପ୍ଲେ ଭାଙ୍ଗିବା ଘଟଣା ସ୍ୱୀକାର କଲା Apple, ପ୍ରଭାବିତ ୟୁଜରଙ୍କୁ ମିଳିବ ମାଗଣା ରିପ୍ଲେସମେଣ୍ଟ

iPhone Duo ଡିସପ୍ଲେ ଭାଙ୍ଗିବା ଘଟଣା ସ୍ୱୀକାର...

ନୂଆଦିଲ୍ଲୀ: Appleର ପ୍ରଥମ ଫୋଲ୍ଡିଂ ସ୍ମାର୍ଟଫୋନ୍ iPhone...

ଇରାନ୍ ସହ ଶାନ୍ତି ଆଶାରେ ତେଲ ଦର କମିଲା, ସାଉଦି ଆକ୍ରମଣ ଯୋଗୁ ଚିନ୍ତା ଜାରି

ଇରାନ୍ ସହ ଶାନ୍ତି ଆଶାରେ ତେଲ ଦର...

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମଙ୍...

ଶଦାବଙ୍କ ରେକର୍ଡ ସେଞ୍ଚୁରୀରେ ଇଂଲଣ୍ଡକୁ ହରାଇଲା ପାକିସ୍ତାନ, ୧୫୪/୯ରୁ ଅବିଶ୍ୱସନୀୟ ବିଜୟ

ଶଦାବଙ୍କ ରେକର୍ଡ ସେଞ୍ଚୁରୀରେ ଇଂଲଣ୍ଡକୁ ହରାଇଲା ପାକିସ୍ତାନ,...

ଶଦାବଙ୍କ ଅପରାଜିତ ୧୧୩, ଓଡିଆଇରେ ନୂଆ ରେକର୍ଡ ଶଦାବ ମା...

Paytmର ବଡ଼ ସଫଳତା: Q2ରେ ନେଟ୍ ପ୍ରଫିଟ୍ 10 ଗୁଣରୁ ଅଧିକ ବଢ଼ି ₹225 କୋଟି

Paytmର ବଡ଼ ସଫଳତା: Q2ରେ ନେଟ୍ ପ୍ରଫିଟ୍...

ନୂଆଦିଲ୍ଲୀ: Paytm ବ୍ରାଣ୍ଡର ମାଲିକାନା ଥିବା One 97 Com...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+