କଟକର ଐତିହାସିକ ବାଲିଯାତ୍ରାକୁ ଚଳିତବର୍ଷ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରିବେଶ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆୟୋଜିତ ହେବାକୁ ଥିବା ଏହି ବିଶାଳ ମେଳାରେ ପ୍ଲାଷ୍ଟିକ୍ ବ୍ୟବହାର ରୋକିବା ପାଇଁ ସମସ୍ତ ବିଭାଗର ସମନ୍ୱୟରେ ପଦକ୍ଷେପ ନିଆଯିବ।
ଶନିବାର ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ଏହାର ସଫଳ ରୂପାୟଣ ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି।
ବାଲିଯାତ୍ରା ଆୟୋଜନରେ ସାମିଲ ଥିବା ସମସ୍ତ ବିଭାଗର ସମନ୍ୱୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ। ଏହା ସହ ବାଲିଯାତ୍ରାକୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବା ସହ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଅଧିକ ପ୍ରୟାସ କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।
ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ନଭେମ୍ବର ୨୪ରୁ ବାଲିଯାତ୍ରା ଆରମ୍ଭ ହେବ। ପ୍ରତିବର୍ଷ ଏହି ଐତିହାସିକ ମେଳାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି।
ଗତବର୍ଷ ବାଲିଯାତ୍ରାରେ ପ୍ରାୟ ୬୫ ଲକ୍ଷ ଲୋକ ସାମିଲ ହୋଇଥିବାବେଳେ ଗୋଟିଏ ଦିନରେ ସର୍ବାଧିକ ୧୨ ଲକ୍ଷ ଲୋକ ମେଳା ପରିଦର୍ଶନ କରିଥିଲେ। ମେଳାର ଲୋକପ୍ରିୟତା ବଢ଼ିବା ସହ ଏହା ବ୍ୟବସାୟିକ କାରବାରକୁ ମଧ୍ୟ ବଡ଼ ମାତ୍ରାରେ ପ୍ରୋତ୍ସାହନ ଦେଉଛି।
ବନ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ଯେ, ଚଳିତବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଯୋଜନା ରହିଛି। ପୂର୍ବରୁ ବନ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ନୋଟିସ୍ ଜାରି ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ କିଛି ତ୍ରୁଟି ରହିଯାଇଥିଲା। ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆବଶ୍ୟକ ପଦକ୍ଷେପ ନେବାର ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି।
ଗତବର୍ଷ ବାଲିଯାତ୍ରାରେ ୪୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଥିବା ରିପୋର୍ଟ ରହିଛି। ମେଳା ପରିସରରେ ପ୍ରାୟ ୩୯୬ଟି ଭେଣ୍ଡିଂ ଜୋନ୍ ସ୍ଥାପନ କରାଯାଇଥିଲା। ଏଥିରେ ମୋଟ ୧,୪୨୦ଟି ଷ୍ଟଲ୍ ବୁକ୍ ହୋଇଥିଲା। ଏହା ସହ ୨୪ଟି ରାଜ୍ୟର ବ୍ୟବସାୟୀମାନେ ବାଲିଯାତ୍ରାରେ ଯୋଗ ଦେଇଥିଲେ।
ଏବେ ଚଳିତବର୍ଷର ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ମେଳାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ସହ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...