70 quintals of adulterated paneer seized and destroyed in Cuttack

କଟକରେ ୭୦ କୁଇଣ୍ଟାଲ ଭେଜାଲ ପନିର ଜବତ, ନଷ୍ଟ ହେଲା ୧୭ ଲକ୍ଷ ଟଙ୍କାର ପନିର

କଟକରେ ଭେଜାଲ ପନିର ବିରୋଧରେ ବଡ଼ଧରଣର ଚଢ଼ାଉ କରି ୭୦ କୁଇଣ୍ଟାଲ ପନିର ଓ ଛେନା ଜବତ କରିଛି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ। ମଧୁପାଟଣା ଛକରୁ ଜବତ ଏହି ଭେଜାଲ ପନିରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ପର୍ବପର୍ବାଣୀ ସମୟରେ ଭେଜାଲ ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବାକୁ କଟକରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ବୁଧବାର କଟକ ମଧୁପାଟଣା ଛକ ନିକଟରେ ଚଢ଼ାଉ କରି ୭୦ କୁଇଣ୍ଟାଲ ପନିର ଓ ଛେନା ଜବତ କରିଛି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ।

ସୂଚନା ଅନୁସାରେ, ଜବତ ହୋଇଥିବା ପନିର ଓ ଛେନାରେ ମଇଦା ଏବଂ ‘ପାରାସ୍’ ନାମକ ଏକ ରାସାୟନିକ ପଦାର୍ଥ ମିଶାଯାଇଥିବା ଅଭିଯୋଗ ରହିଛି। ଏହି ଭେଜାଲ ପନିର କଟକର ବଜାରରେ ବିକ୍ରି ପାଇଁ ଅଣାଯାଉଥିବା ଜଣାପଡ଼ିଛି।

ଜବତ ପନିର ଓ ଛେନା ନିଆଳି ଏବଂ ଆଡ଼ଶପୁର ଅଞ୍ଚଳରୁ କଟକକୁ ଅଣାଯାଇଥିବା ସୂଚନା ମିଳିଛି। ଜବତ ହୋଇଥିବା ସମସ୍ତ ଭେଜାଲ ପନିର ଓ ଛେନାକୁ ପ୍ରଶାସନ ପକ୍ଷରୁ ନଷ୍ଟ କରାଯାଇଛି।

ନଷ୍ଟ କରାଯାଇଥିବା ଭେଜାଲ ପନିରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ଲୋକଙ୍କୁ ଭେଜାଲ ଖାଦ୍ୟ ସାମଗ୍ରୀରୁ ସୁରକ୍ଷିତ ରଖିବା ଏବଂ ବଜାରରେ ଏଭଳି ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବା ପାଇଁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି।

Latest News
ବନ୍ଦେ ମାତରମ୍‌କୁ ନେଇ କଂଗ୍ରେସକୁ ଅମିତ ଶାହଙ୍କ ଟାର୍ଗେଟ, କହିଲେ- ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନ

ବନ୍ଦେ ମାତରମ୍‌କୁ ନେଇ କଂଗ୍ରେସକୁ ଅମିତ ଶାହଙ୍କ...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବନ୍ଦେ ମାତରମ୍‌କୁ ନ...

ବଙ୍ଗଳ ବାର୍ କାଉନସିଲ ନିର୍ବାଚନରେ TMCର ବାଜିମାତ୍, BJPକୁ ମାତ୍ର ୩ ଆସନ

ବଙ୍ଗଳ ବାର୍ କାଉନସିଲ ନିର୍ବାଚନରେ TMCର ବାଜିମାତ୍,...

ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...

୨୦୨୯ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ବିଜୟ? ୧୦୦ ଦିନର ସରକାର ପରେ TVKରେ ଚର୍ଚ୍ଚା

୨୦୨୯ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ବିଜୟ?...

ତାମିଲନାଡୁର ରାଜନୀତିରେ ଅଭିନେତାରୁ ରାଜନେତା ହୋଇଥିବା ସି....

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ...

ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...

ଗୁଜରାଟରେ ୧.୫ ଲକ୍ଷ ଟଙ୍କାରେ ଶିଶୁ ବିକ୍ରି ଉଦ୍ୟମ, ମାନବ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ; ୫ ଗିରଫ

ଗୁଜରାଟରେ ୧.୫ ଲକ୍ଷ ଟଙ୍କାରେ ଶିଶୁ ବିକ୍ରି...

ଗୁଜରାଟର ସାବରକାଣ୍ଠା ଜିଲ୍ଲାରେ ଏକ ମାସର ଶିଶୁ କନ୍ୟାକୁ ୧...

ବୟସ ବଢ଼ିଲେ ଅପମାନ ସହିବାକୁ ପଡ଼ିବନି: ବୃଦ୍ଧ ବାପା-ମା’ଙ୍କ ଘରୁ ପୁଅ-ସମ୍ପର୍କୀୟଙ୍କୁ ବାହାର କରିପାରିବେ ଟ୍ରିବ୍ୟୁନାଲ, ସୁପ୍ରିମକୋର୍ଟ

ବୟସ ବଢ଼ିଲେ ଅପମାନ ସହିବାକୁ ପଡ଼ିବନି: ବୃଦ୍ଧ...

ବୃଦ୍ଧାବସ୍ଥାରେ ଅପମାନ, ଅବହେଳା କିମ୍ବା ଅସୁରକ୍ଷା ସହି ରହ...

ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ଜେଲରେ ମୃତ୍ୟୁ, ବୟସ ୮୦

ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ...

୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+