କେନ୍ଦ୍ରାପଡ଼ା:ମହାକାଳପଡ଼ା ବ୍ଲକ ଖରିନାସି ଗାଁରେ ଅଘଟଣ। ମାଛ ଧରିବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରି ନଦୀ ଭିତରକୁ ଟାଣିନେଇଥିବା ଜଣାପଡ଼ିଛି। ଖରିନାସି-ରାମନଗର ନଦୀରେ ମହିଳା ଜଣକ ମାଛ ଧରୁଥିବା ସମୟରେ ହଠାତ୍ କୁମ୍ଭୀରଟି ତାଙ୍କ ଉପରେ ଆକ୍ରମଣ କରିଥିଲା।
କୁମ୍ଭୀରଟି ମହିଳାଙ୍କୁ ଧରି ନଦୀ ଭିତରକୁ ଟାଣିନେଇଥିଲା। ଘଟଣା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନଦୀ ନିକଟରେ ଖୋଜାଖୋଜି ଆରମ୍ଭ କରିଥିଲେ।
ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ମହିଳାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣା ପରେ ଖରିନାସି ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସହ ଶୋକର ଛାୟା ଖେଳିଯାଇଛି।
ନଦୀ ଓ ଜଳାଶୟ ନିକଟରେ କୁମ୍ଭୀର ଚଳପ୍ରଚଳ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି। ବିଶେଷକରି ନଦୀକୁ ମାଛ ଧରିବା କିମ୍ବା ଅନ୍ୟ କାମ ପାଇଁ ଯାଉଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ ହୋଇପଡ଼ିଛି।
ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ CBI ପକ୍ଷରୁ ଏଫ୍ଆଇଆର୍ ରୁ...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ବିମଲ ଇଲାଇଚି ବିଜ୍ଞାପନ ବିବାଦକୁ ନେଇ ଶାହରୁଖ ଖାନ, ଅଜୟ ଦ...
ରିଅଲିଟି ଷ୍ଟଣ୍ଟ ଶୋ’ **‘ଖତରୋଁ କେ ଖିଲାଡ଼ି...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବି...
UPI ପେମେଣ୍ଟକୁ ନେଇ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଥିବା ଦ୍ୱନ୍...
ବରିଷ୍ଠ ଅଭିନେତ୍ରୀନାଫିସା ଅଲିନିଜ କ୍ୟାନ୍ସର ଚିକିତ୍ସାକୁ...
‘ହନୁମାନ ଅଂଶ’ର ସଫଳତା ପରେ ଲେଖକ-ନିର୍ଦ୍ଦେଶ...
ପଞ୍ଜାବୀ ସଙ୍ଗୀତକୁ ବିଶ୍ୱସ୍ତରରେ ନୂଆ ପରିଚୟ ଦେଇ ଦିଲଜିତ...