ରିଅଲିଟି ଷ୍ଟଣ୍ଟ ଶୋ’ **‘ଖତରୋଁ କେ ଖିଲାଡ଼ି ୧୫’**ର ସଦ୍ୟତମ ଏପିସୋଡ୍ରେ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି। ଏଲିମିନେସନ୍ ଷ୍ଟଣ୍ଟରେ ଗୌରବ ଖାନ୍ନା, ରୁହାନିକା ଧାୱନ ଓ ରୁବିନା ଦିଲାଇକ୍ ମୁହାଁମୁହିଁ ହୋଇଥିଲେ। ଗୌରବ ଷ୍ଟଣ୍ଟରେ ବିଜୟୀ ହୋଇଥିଲେ ମଧ୍ୟ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ।
ଷ୍ଟଣ୍ଟ ଆରମ୍ଭ କରିବା ପୂର୍ବରୁ ହିଁ ଗୌରବ ଘରକୁ ଫେରିବାକୁ ଚାହୁଁଥିବା କହିଥିଲେ। ତେବେ ଶୋ’ର ହୋଷ୍ଟ ରୋହିତ ସେଟ୍ଟୀ ଓ ଅନ୍ୟ ପ୍ରତିଯୋଗୀମାନେ ତାଙ୍କୁ ଷ୍ଟଣ୍ଟ କରିବାକୁ ଉତ୍ସାହିତ କରିଥିଲେ। ପରେ ଗୌରବ ଷ୍ଟଣ୍ଟ ସଫଳତାର ସହ ଶେଷ କରି ବିଜୟୀ ହୋଇଥିଲେ।
କିନ୍ତୁ ଷ୍ଟଣ୍ଟ ଜିତିବା ପରେ ମଧ୍ୟ ସେ ନିଜ ନିଷ୍ପତ୍ତି ବଦଳାଇନଥିଲେ। ଗୌରବ କହିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟ ଉପରେ ଶୋ’ର କଠିନ ଷ୍ଟଣ୍ଟର ପ୍ରଭାବ ପଡ଼ୁଛି। ତେଣୁ ଶୋ’ରେ ରହି ଅନ୍ୟ ପ୍ରତିଯୋଗୀଙ୍କ ସ୍ଥାନ ନେବା ତାଙ୍କ ପାଇଁ ଠିକ୍ ହେବ ନାହିଁ।
ଗୌରବ କହିଥିଲେ, ଯଦି ସେ ଶାରୀରିକ ଭାବେ ୧୦୦ ପ୍ରତିଶତ ଫିଟ୍ ନୁହନ୍ତି, ତେବେ ଅନ୍ୟ ଜଣେ ସମ୍ପୂର୍ଣ୍ଣ ଫିଟ୍ ପ୍ରତିଯୋଗୀଙ୍କ ସ୍ଥାନ ନେବାକୁ ସେ ଚାହୁଁନାହାନ୍ତି। ବିଶେଷକରି ତାଙ୍କ କହୁଣୀରେ ଆଘାତ ଥିବାରୁ ଆଗକୁ ପ୍ରତିଯୋଗିତାରେ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେବା କଷ୍ଟକର ବୋଲି ସେ ସ୍ପଷ୍ଟ କରିଥିଲେ।
ବିଦାୟ ନେବା ସମୟରେ ଗୌରବ ଭାବପ୍ରବଣ ହୋଇପଡ଼ିଥିଲେ। ସେ ସହପ୍ରତିଯୋଗୀମାନଙ୍କୁ କ୍ଷମା ମାଗିବା ସହ ଶୋ’କୁ ଜିତିବା ଲକ୍ଷ୍ୟ ନେଇ ଆସିଥିବା କହିଥିଲେ। ଏହାପରେ ସେ ରୋହିତ ସେଟ୍ଟୀଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ପାଦ ଛୁଇଁ ବିଦାୟ ନେଇଥିଲେ।
ରୁହାନିକା ମଧ୍ୟ ଗୌରବଙ୍କୁ ନିଷ୍ପତ୍ତି ବଦଳାଇବାକୁ କହିଥିଲେ। କିନ୍ତୁ ଗୌରବ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ।
ଏହି ସିଜନ୍ର ଥିମ୍ ‘Old vs New: Darr Ka Naya Daur’। ଏଥିରେ ରୁବିନା ଦିଲାଇକ୍, ରିଥଭିକ୍ ଧନଜାନୀ, ବିଶାଲ, କରଣ ୱାହି ଓ ଜାସ୍ମିନ୍ ଭାସିନ୍ଙ୍କ ସହ ଅଭିନାଶ ମିଶ୍ର, ଫରହାନା ଭଟ୍ଟ, ଓରି, ରୁହାନିକା ଧାୱନ ଓ ଗୌରବ ଖାନ୍ନାଙ୍କ ଭଳି ପ୍ରତିଯୋଗୀ ରହିଛନ୍ତି।
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ପୃଥିବୀର ସ୍ଥଳ, ଜଳ ଓ ଆକାଶ ପରେ ଏବେ ମହାକାଶ ମଧ୍ୟ ସାମରିକ...
କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏକ ବଡ଼ ଲୁଟ୍‌ ଘଟଣା ସ...
ଶ୍ରୀଲଙ୍କାର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ରୁମେଶ ପାଥିରାଗେଙ...
ଅନୁଗୋଳ ସଦର ଥାନା ଅଧୀନ ନୂଆମୌଜା ଅଞ୍ଚଳରେ ଦୁଇଟି ଦୋକାନକୁ...
ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଜ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରିୟ ଦେଶ...
ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡିରେ ବୋମାମାଡ଼କୁ ନେଇ ତୀବ...
ଆମେରିକାର ରାଜନୀତିରେ ଏବେ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ବି...