ଚିଲିକା ହ୍ରଦରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ବିରୋଧରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଲାଣ୍ଡ ପାଟଣା ଗାଁ ନିକଟସ୍ଥ କଙ୍କଡ଼ା ଗଡ଼ ଅଞ୍ଚଳରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଉଚ୍ଛେଦ ଅଭିଯାନ ଚାରି ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି।
ପ୍ରଶାସନୀୟ ସୂଚନା ଅନୁଯାୟୀ, ଚିଲିକାରୁ ପ୍ରାୟ ୭୫୦ ଏକର ଅଞ୍ଚଳରେ ହୋଇଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ହଟାଯିବ। ଏହି ଅଭିଯାନରେ ରାଜସ୍ୱ ବିଭାଗ, ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ଯୁକ୍ତ ଭାବେ କାମ କରୁଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ କୃଷ୍ଣପ୍ରସାଦ ତହସିଲଦାର ଓ ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି। ସେହିପରି ବିପୁଳ ପରିମାଣର ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ଯାହାଦ୍ୱାରା ଅଭିଯାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେଉ।
ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଚାଷକୁ ନେଇ ପୂର୍ବରୁ ଅନେକ ପରିବେଶବିଦ୍ ଓ ସ୍ଥାନୀୟ ମାଛଧରାଳି ଚିନ୍ତା ପ୍ରକାଶ କରିଆସୁଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବେଆଇନ ଘେରି ଚିଲିକାର ପ୍ରାକୃତିକ ପରିବେଶ ଓ ଜଳଜୀବ ବୈବିଧ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହା ସହ ସ୍ଥାନୀୟ ମାଛଜୀବୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେଉଛି।
ପ୍ରଶାସନ କହିଛି ଯେ, ଚିଲିକାର ପରିବେଶ ସୁରକ୍ଷା ଓ ଆଇନସମ୍ମତ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ।
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...