କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସୋମବାର ସ୍ପଷ୍ଟ କରିଛି ଯେ,୨୦୨୬-୨୭ ଶିକ୍ଷାବର୍ଷରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତାବିତ ତିନି-ଭାଷା ନୀତି ଲାଗୁ କରାଯିବ ନାହିଁ।
ତିନି-ଭାଷା ନୀତିକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବୋର୍ଡ ଏହି ସ୍ପଷ୍ଟୀକରଣ ଜାରି କରିଛି।
CBSE ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପୂର୍ବଭଳିଦୁଇ-ଭାଷା ପ୍ରଣାଳୀଅନୁସାରେ ପାଠପଢ଼ା ଜାରି ରଖିବେ। ଏହି ବର୍ଷ କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ପଢ଼ିବା ବାଧ୍ୟତାମୂଳକ ହେବ ନାହିଁ।
ବୋର୍ଡ କହିଛି ଯେ, ୨୦୨୬-୨୭ ଶିକ୍ଷାବର୍ଷରେ ଦଶମ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ କିମ୍ବା ଭାଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ।
ତେବେ ବୋର୍ଡ ସୂଚନା ଦେଇଛି ଯେ, ବର୍ତ୍ତମାନସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେପଢ଼ୁଥିବା ଏବଂ ଦୁଇଟି ବିଦେଶୀ ଭାଷା ପଢ଼ୁଥିବା ଛାତ୍ରଛାତ୍ରୀ ଇଚ୍ଛା କଲେ ପ୍ରସ୍ତାବିତ ନୀତି ଅନୁଯାୟୀ ଏକ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ବାଛିପାରିବେ।
CBSE କହିଛି ଯେ, ଏହି ପଦକ୍ଷେପ ଦ୍ୱାରା ତିନି-ଭାଷା ନୀତିକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ସହ ଭାରତୀୟ ଭାଷାର ପ୍ରଚାର ଓ ପ୍ରସାରକୁ ପ୍ରୋତ୍ସାହନ ଦିଆଯିବ।
ବୋର୍ଡ ପୁଣିଥରେ ସ୍ପଷ୍ଟ କରିଛି ଯେ,ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ନୂତନ ଭାଷା ନିୟମ ଲାଗୁ ହେଉନାହିଁଏବଂ ସେମାନେ ବର୍ତ୍ତମାନର ପାଠ୍ୟକ୍ରମ ଅନୁସାରେ ପରୀକ୍ଷା ଦେବେ।
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...
ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...
ନାଇଜେରିଆ ସେନା ଭାରତରେ ସ୍ୱତନ୍ତ୍ର ଜଙ୍ଗଲ ଓ ପାହାଡ଼ି ଯୁଦ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ରମଶଃ...
ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...
ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ...
ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା କମାଇବା ଏବଂ ଯାତ୍ରୀଙ୍...