ସରକାରୀ ଚାକିରି ପାଇବାର ସ୍ୱପ୍ନ ପୂରଣ ନହେବାରୁ ଜଣେ ମେଧାବୀ ଛାତ୍ର ଜୀବନ ହାରିଥିବା ଘଟଣା ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି। ୨୩ ବର୍ଷୀୟ ବିଟେକ୍ ଗୋଲ୍ଡ ମେଡାଲିଷ୍ଟ ଆନନ୍ଦ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ପୁଲିସ ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ନୋଟ୍ରେ ଆନନ୍ଦ ଲେଖିଛନ୍ତି, “ସରି ପାପା, ମୁଁ ସରକାରୀ ଚାକିରି ପାଇବା ପାଇଁ ୫୦ ଥର ଚେଷ୍ଟା କରିଛି, କିନ୍ତୁ ସଫଳ ହୋଇପାରିନି। ମୋତେ କ୍ଷମା କରିଦେବ।”
ସୂଚନା ଅନୁସାରେ, ଆନନ୍ଦ ୨୦୨୪ ମସିହାରେ କାନପୁରର ପିଏସଆଇଟି କଲେଜରେ ବିଟେକ୍ ପାଠ୍ୟକ୍ରମରେ ଟପ୍ କରିଥିଲେ। ସେ ରାଜ୍ୟରେ ତୃତୀୟ ରାଙ୍କ ହାସଲ କରିଥିବାରୁ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ହାତରୁ ଗୋଲ୍ଡ ମେଡାଲ ପାଇଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ, ସରକାରୀ ଚାକିରି ନମିଳିବା କାରଣରୁ ଆନନ୍ଦ ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲେ। ସେ ରେଲୱେ, SSC, ବ୍ୟାଙ୍କ ଓ ଶିକ୍ଷକ ଚାକିରି ପାଇଁ ଅନେକ ପରୀକ୍ଷା ଦେଇଥିଲେ, କିନ୍ତୁ ସଫଳତା ମିଳିନଥିଲା।
ଘଟଣା ଦିନ ଘରୋଇ ସହାୟିକା ଘର କବାଟ ବାଡ଼େଇଥିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ପରିବାର ଓ ପଡ଼ୋଶୀଙ୍କୁ ସୂଚନା ଦିଆଯାଇଥିଲା। ପରେ ପୁଲିସ କବାଟ ଭାଙ୍ଗି ଆନନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲା।
ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ମହିଳା ଟେନିସ୍‌ରେ ନୂଆ ଇତିହାସ ରଚିଛନ୍ତି ଏଲେନା ରିବ...
ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ଭୁଏଲ୍ଟା ଆ ଏସ୍ପାନାରେ ଗ୍ରେଟ୍ ବ୍ରିଟେନ୍ର ଯୁବ ସାଇକ୍ଲିଷ୍...
କାରାବାଓ କପ୍‌ରେ ଚେଲ୍ସି ଓ ଲିଡ୍ସ ୟୁନାଇଟେଡ୍‌...