ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ପରିବହନ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ବେଳେ ବଡ଼ ସଫଳତା ମିଳିଛି। ବ୍ରିଜ୍ ଛକ ନିକଟରେ ସନ୍ଦେହଜନକ ଏକ ପିକଅପ୍ ଭ୍ୟାନ୍କୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରୁ ବହୁ ପରିମାଣର ବିଦେଶୀ ମଦ ଓ ବିୟର ଜବତ କରାଯାଇଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଗାଡ଼ିରୁ ପ୍ରାୟ୫୦୯ ଲିଟର ବିଦେଶୀ ମଦ (IMFL)ଏବଂ୫୦୭ ଲିଟର ବିୟରଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ୮ ଲକ୍ଷ ୯୫ ହଜାର ଟଙ୍କାବୋଲି ଅଧିକାରୀମାନେ କହିଛନ୍ତି।
ପଚରାଉଚରା ବେଳେ ଡ୍ରାଇଭର ମଦଗୁଡ଼ିକ ଓଡ଼ିଶା ଷ୍ଟେଟ୍ ବେଭରେଜ୍ କର୍ପୋରେସନ୍ (OSBC) ରୁ ଆସିଥିବା କହିଥିଲେ। କିନ୍ତୁ ପରିବହନ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। ଏହାପରେ ଅବକାରୀ ବିଭାଗ ଗାଡ଼ିକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗାଡ଼ିଟି ସୋନପୁର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିଲା। ବର୍ତ୍ତମାନ ଏହି ବିପୁଳ ପରିମାଣର ମଦ କେଉଁଠାରୁ ଆସିଥିଲା, କାହା ନିର୍ଦ୍ଦେଶରେ ପରିବହନ କରାଯାଉଥିଲା ଏବଂ ଏହାର ପ୍ରକୃତ ଗନ୍ତବ୍ୟସ୍ଥଳ କେଉଁଠାରେ ଥିଲା, ସେନେଇ ତଦନ୍ତ ଜାରି ରହିଛି।
ଅଟକ ଡ୍ରାଇଭର କହିଛନ୍ତି ଯେ ସୋନପୁରର କଳାପଥର ଅଞ୍ଚଳର ଡିପିରୁ ମାଲ ଲୋଡ୍ କରିଥିଲେ। ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ସେ ଗାଡ଼ି ନେଇ ବାହାରିଥିଲେ। କିନ୍ତୁ ସେହି ବ୍ୟକ୍ତିଙ୍କ ନାମ କିମ୍ବା ଅନ୍ୟ କୌଣସି ସୂଚନା ତାଙ୍କ ପାଖରେ ନଥିବା ଦାବି କରିଛନ୍ତି।
ବୌଦ୍ଧ ଅବକାରୀ ବିଭାଗ କହିଛି ଯେ ଅଭିଯୁକ୍ତଙ୍କୁ ଗୁରୁବାର ଅଦାଲତରେ ହାଜର କରାଯିବ। ବେଆଇନ ମଦ କାରବାର ବିରୋଧରେ ନଜରଦାରୀକୁ ଆହୁରି କଡ଼ା କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...