ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଧୀନ ଖଡକା ଜଙ୍ଗଲ ନିକଟରେ ଘଟିଛି ଏକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ବଲେରୋ ଗାଡ଼ି ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଅନ୍ୟ ୩ ଜଣ ସୁସ୍ଥ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ଡ୍ରାଇଭରଙ୍କ ସମେତ ୮ ଜଣ ଏକ ବଲେରୋ ଯୋଗେ ନବରଙ୍ଗପୁରରୁ କଳାହାଣ୍ଡି ଜିଲ୍ଲା କୋକସରା ଅଭିମୁଖେ ଯାଉଥିଲେ। ସେମାନେ ଟାୱାର ନିର୍ମାଣ କାମ ପାଇଁ ଯାଉଥିବା ଜଣାପଡ଼ିଛି।
ଖଡକା ଜଙ୍ଗଲ ନିକଟରେ ପହଞ୍ଚିବା ପରେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇଥିଲା। ଏହାପରେ ବଲେରୋଟି ରାସ୍ତାରୁ ତଳକୁ ପ୍ରାୟ ୨୦ ଫୁଟ୍ ଖାଇ ମଧ୍ୟକୁ ଖସିପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ମେଡିକାଲକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି।
ଖବର ପାଇ ମୈଦଲପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆ
ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...
ଚୀନ୍‌ର କ୍ୱିଂଡାଓ ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟ...
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ପର୍ବତୀୟ ଅଞ୍ଚଳ...
୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...
ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ସମୁଦ୍ର ହଠାତ୍‌ ଗାଏବ! ଏଭଳି ଦୃଶ୍ୟ ଦେଖି ଆର୍ଜେଣ୍ଟି...
ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...