ବଲାଙ୍ଗିର ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସହରର ଏକ ଘରୋଇ ଲଜ୍ର CCTV ଫୁଟେଜ୍ରୁ ଜଣାପଡ଼ିଛି ଯେ, ଅପହରଣ ଘଟଣାର କିଛି ଦିନ ପୂର୍ବରୁ ଅଭିଯୁକ୍ତ ଖିତିଶ ଚନ୍ଦ୍ର ସାହୁ ଲଜ୍କୁ ଯାଇଥିଲେ। ଏଥିରୁ ଅପହରଣ ଘଟଣା ପୂର୍ବ ଯୋଜନା ଅନୁସାରେ ହୋଇଥିବା ସନ୍ଦେହ ଆହୁରି ଘନୀଭୂତ ହୋଇଛି।
ସୂଚନା ଅନୁସାରେ, ଖିତିଶ ଲଜ୍ରେ ଭୁବନେଶ୍ୱରର କିଛି ପେସାଦାର ଅପରାଧୀଙ୍କୁ ଭେଟିଥିବା ଜଣାପଡ଼ିଛି। ସେଠାରେ ନରେନ୍ଦ୍ର ସାହୁଙ୍କୁ ଅପହରଣ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି।
CCTV ଫୁଟେଜ୍ରେ ଖିତିଶ ଲଜ୍ ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଛି। ଏହାସହ ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ସଞ୍ଜିତ ବେହେରାଙ୍କୁ ମଧ୍ୟ ଫୁଟେଜ୍ରେ ଦେଖିବାକୁ ମିଳିଛି।
ଅପହରଣ ପୂର୍ବରୁ ଖିତିଶ କେତେଥର ଲଜ୍କୁ ଯାଇଥିଲେ, ସେଠାରେ କାହା କାହା ସହ ଭେଟିଥିଲେ ଏବଂ ଏହି ବୈଠକଗୁଡ଼ିକ ଅପହରଣ ଯୋଜନା ସହ ସିଧାସଳଖ ଭାବେ ଜଡ଼ିତ ଥିଲା କି ନାହିଁ, ତାହା ତଦନ୍ତକାରୀମାନେ ଯାଞ୍ଚ କରିବେ।
ବଲାଙ୍ଗିର ଏସ୍ପି ଅବିଲାଶ ଜି.ଙ୍କ କହିବା ଅନୁସାରେ, ୧୩ ଓ ୧୪ ତାରିଖରେ ଅଭିଯୁକ୍ତମାନେ ବଲାଙ୍ଗିର ଆସି ଏକ ହୋଟେଲରେ ରହିଥିଲେ। CCTV ଫୁଟେଜ୍ରେ ସେମାନେ ରେକି କରିବା ସହ ନରେନ୍ଦ୍ର ସାହୁଙ୍କ କାର୍କୁ ପିଛା କରୁଥିବା ଦେଖାଯାଇଛି।
ଚେକ୍ପୋଷ୍ଟ ନିକଟରେ ନରେନ୍ଦ୍ର ସାହୁ ତାଙ୍କ ଗାଡ଼ି ପାଖରେ ଠିଆ ହୋଇଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ଉପରେ ନଜର ରଖି ଅପହରଣ କରିଥିବା ଏସ୍ପି କହିଛନ୍ତି। ପରେ ନରେନ୍ଦ୍ରଙ୍କ Jimny ଏବଂ ଏକ ଧଳା MG Hector ଟୋଲ୍ଗେଟ୍ ପାର୍ ହୋଇ ଭୁବନେଶ୍ୱର ଅଭିମୁଖେ ଯାଇଥିଲା।
ଏହି CCTV ଫୁଟେଜ୍ ଅପହରଣ ପୂର୍ବରୁ ଘଟିଥିବା ଘଟଣାକ୍ରମ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇପାରେ। ଭୁବନେଶ୍ୱରର ପେସାଦାର ଅପରାଧୀଙ୍କ ସହ ଖିତିଶଙ୍କ ସମ୍ପର୍କ ଏବଂ ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି।
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...