ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍ ନିକଟରେ ଜଣେ ଯୁବକ ନିଖୋଜ ହେବା ଘଟଣାରେ ଦୀର୍ଘ ପ୍ରାୟ ୧୩ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଓଲ୍ଡ ଟାଉନ୍ ଅଞ୍ଚଳର ଭବାନୀ ଶଙ୍କର ଖଟେଇ। ସେ ଫ୍ଲିପକାର୍ଟରେ ଡେଲିଭରି ବୟ ଭାବେ କାମ କରୁଥିଲେ।
ସୂଚନା ଅନୁସାରେ, ଗତକାଲି ଭବାନୀଙ୍କର ପରିବାର ସହ ଝଗଡ଼ା ହୋଇଥିଲା। ଏହାପରେ ସେ ଘରୁ ବାହାରି ଯାଇଥିଲେ। ପରେ ତାଙ୍କ କିଛି ସାଙ୍ଗ ବାଙ୍କୁଆଳ ବ୍ରିଜ୍ ନିକଟରେ ଭବାନୀଙ୍କୁ ଦେଖିଥିବା ଜଣାପଡ଼ିଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଭବାନୀଙ୍କ କୌଣସି ସନ୍ଧାନ ମିଳିନଥିଲା।
ଆଜି ସକାଳୁ ପୁଣିଥରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଶେଷରେ ପ୍ରାୟ ୧୩ ଘଣ୍ଟା ପରେ ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଏହି ଘଟଣାକୁ ନେଇ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ଦିଲ୍ଲୀର ୭୫ଟିCM SHRI ସ୍କୁଲରେ ‘Eat Well, Live...
ଭାରତର ବଢ଼ୁଥିବା ପ୍ରାଇଭେଟ୍ ସ୍ପେସ୍ ଇଣ୍ଡଷ୍ଟ୍ରୀ ପାଇଁ ଆସ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଭାରତୀୟ ଶେୟର ବଜାରରେ ସୋମବାର ଆରମ୍ଭରୁ ଚାପ ଦେଖିବାକୁ ମିଳ...
ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଛି...
ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ପ...