ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ପୁଣିଥରେ ହିଂସା ବଢ଼ିଛି। ବଲୁଚ୍ ଲିବରେସନ ଆର୍ମୀ (BLA) ପାକିସ୍ତାନୀ ସେନା ଉପରେ ବଡ଼ ଧରଣର ଆକ୍ରମଣ କରିଥିବା ଦାବି କରିଛି। ସଂଗଠନର କହିବା ଅନୁଯାୟୀ, ମସ୍ତୁଙ୍ଗ ଜିଲ୍ଲାର ଖଡକୋଚା ଅଞ୍ଚଳରେ ସେନା ଯବାନଙ୍କୁ ନେଇ ଯାଉଥିବା ଏକ ବସ୍କୁ ଟାର୍ଗେଟ୍ କରାଯାଇଥିଲା।
BLAର ଦାବି ଅନୁସାରେ, ଏହି ଆକ୍ରମଣରେ ୪୫ରୁ ଅଧିକ ପାକିସ୍ତାନୀ ସେନା ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସଂଗଠନ ଦାବି କରିଛି।
BLAର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସଂଗଠନର ଫତେହ ସ୍କ୍ୱାଡ୍ ଏହି ଅପରେସନକୁ କାର୍ଯ୍ୟକାରୀ କରିଥିଲା। ସେନା ଯବାନଙ୍କ ବସ୍ ସହ ସେମାନଙ୍କୁ ଏସକର୍ଟ କରୁଥିବା ଏକ ସୁରକ୍ଷା ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ଦାବି କରାଯାଇଛି।
ବଲୁଚିସ୍ତାନରେ ଦୀର୍ଘ ଦିନ ଧରି ବଲୁଚ୍ ବିଦ୍ରୋହୀ ଗୋଷ୍ଠୀ ଓ ପାକିସ୍ତାନୀ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି। ନିକଟ ଅତୀତରେ ମଧ୍ୟ BLA ପାକିସ୍ତାନୀ ସେନା, ଅର୍ଦ୍ଧସାମରିକ ବାହିନୀ ଓ ସରକାରୀ ସ୍ଥାପନାକୁ ଟାର୍ଗେଟ୍ କରି ଅନେକ ଆକ୍ରମଣ କରିଥିଲା।
ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସେନା କିମ୍ବା ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା କିମ୍ବା ମୃତାହତଙ୍କ ସଂଖ୍ୟାର ପୁଷ୍ଟି କରାଯାଇନାହିଁ। ତେଣୁ BLA ପକ୍ଷରୁ କରାଯାଇଥିବା ଦାବିକୁ ସ୍ୱାଧୀନ ଭାବେ ଯାଞ୍ଚ କରିହେବା ସମ୍ଭବ ହୋଇନାହିଁ।
ତାମିଲନାଡୁରେ ମୁଖ୍ୟମନ୍ତ୍ରୀବିଜୟଙ୍କ ନେତୃତ୍ୱାଧୀନTVK ସରକ...
ମେଷ : ଏହି ସପ୍ତାହରେ ଆପଣଙ୍କ ପରିଶ୍ରମର ଫଳ ମିଳିବା ଆର...
ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଗୁରୁବାର ପୁଣିଥରେ ୨...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାଇମ୍-ଟାଇମ...
ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସରକାର ବଡ଼ ପଦ...
ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନର ବିକାଶକୁ ଆହୁରି ଗତି ଦେବା...