‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ: ବିରୋଧୀଙ୍କୁ ଟାର୍ଗେଟ୍ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ବାରିପଦାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନକୁ ନେଇ ମତ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ବିରୋଧୀ ଦଳ ମିଥ୍ୟା ତଥ୍ୟ ଓ ଅପପ୍ରଚାର ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି। ୨୦୨୪ ନିର୍ବାଚନରେ ଭୋଟ୍ ଚୋରି ଅଭିଯୋଗ ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ମଧ୍ୟ ସେ ବିରୋଧୀଙ୍କୁ ଜବାବ ଦେଇଛନ୍ତି।
bjp-save-democracy-campaign
bjp-save-democracy-campaign

ବାରିପଦା: ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନକୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଗଣତନ୍ତ୍ରର ସୁରକ୍ଷା ନାଁରେ ବିରୋଧୀ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି।

​​​​​​​ଆହୁରି ପଢନ୍ତୁ : କୋଟିଆରେ ଓଡ଼ିଶା-ଆନ୍ଧ୍ର ବିବାଦ ତେଜିଲା; BJD ହଟାଇଥିବା ତେଲୁଗୁ ନାମଫଳକ ପୁଣି ଲଗାଇଲେ ଆନ୍ଧ୍ର ଅଧିକାରୀ

ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପୂର୍ବ ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଏହି ମତ ରଖିଛନ୍ତି। ମିଥ୍ୟା ତଥ୍ୟ ଓ ଭ୍ରମାତ୍ମକ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ସେ କହିଛନ୍ତି।

ବିଦେଶୀ ଶକ୍ତି ଓ ବିରୋଧୀଙ୍କ ଉପରେ ଅଭିଯୋଗ

ମନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଦେଶର ଅଗ୍ରଗତିକୁ ସହ୍ୟ କରିପାରୁନଥିବା କିଛି ବିଦେଶୀ ଶକ୍ତି ଓ ସେମାନଙ୍କ ସହ ହାତ ମିଳାଇଥିବା ବିରୋଧୀ ଦଳ ରାଜନୈତିକ ସ୍ୱାର୍ଥ ପାଇଁ ଅପପ୍ରଚାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ‘ମେକ୍ ଇନ୍ ଇଣ୍ଡିଆ’ ଭଳି ଅଭିଯାନ ଦେଶର ବିକାଶକୁ ନୂଆ ଦିଗ ଦେଇଛି ବୋଲି ସେ ମତ ଦେଇଛନ୍ତି। ଏହି ଅଗ୍ରଗତିକୁ ରୋକିବା ପାଇଁ ମିଥ୍ୟା ପ୍ରଚାର କରାଯାଉଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଭୋଟ୍ ଚୋରି ଅଭିଯୋଗକୁ ନେଇ ପ୍ରଶ୍ନ

୨୦୨୪ ନିର୍ବାଚନରେ ଭୋଟ୍ ଚୋରି ହୋଇଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ଯଦି ପ୍ରକୃତରେ ଭୋଟ୍ ଚୋରି ହୋଇଥିଲା, ତେବେ ସେତେବେଳେ ବିରୋଧୀ କୋର୍ଟର ଦ୍ୱାରସ୍ଥ କାହିଁକି ହେଲେ ନାହିଁ ଏବଂ ଆନ୍ଦୋଳନ କାହିଁକି କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ନିର୍ବାଚନର ଅଢ଼େଇ ବର୍ଷ ପରେ ଏଭଳି ଅଭିଯୋଗ ଆଣିବା ପଛରେ ରାଜନୈତିକ ଅଭିସନ୍ଧି ଥିବା ମନ୍ତ୍ରୀ ଆକ୍ଷେପ କରିଛନ୍ତି।

SIR ପ୍ରକ୍ରିୟାକୁ ସମର୍ଥନ

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିରୋଧୀଙ୍କ ଆପତ୍ତିର ମଧ୍ୟ ଜବାବ ରଖିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର। ଭୋଟର ତାଲିକାରେ ଥିବା ଅନିୟମିତତା ଦୂର କରିବା ପାଇଁ ଏହି ପ୍ରକ୍ରିୟା ଜରୁରୀ ବୋଲି ସେ କହିଛନ୍ତି।

ବୁଥ୍ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହେଉଥିବା ସେ ସୂଚନା ଦେଇଛନ୍ତି। ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିଲେ ନିୟମ ଅନୁଯାୟୀ ଫର୍ମ ନମ୍ବର ୬ ମାଧ୍ୟମରେ ପୁନର୍ବାର ଆବେଦନ କରିହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆଗକୁ ବୁଦ୍ଧିଜୀବୀ ସମ୍ମିଳନୀ କରିବ ବିଜେପି

ସୋସିଆଲ ମିଡିଆ ଓ ସଭାସମିତିରେ ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ଭ୍ରମିତ କରୁଥିବା ଶକ୍ତିଙ୍କ ବିରୋଧରେ ବିଜେପି ପକ୍ଷରୁ ବାରିପଦା ସମେତ ବିଭିନ୍ନ ସ୍ଥାନରେ ରାଲି ଓ ସାମ୍ବାଦିକ ସମ୍ମିଳନୀ କରାଯାଉଛି। ଆଗାମୀ ଦିନରେ ବୁଦ୍ଧିଜୀବୀ ସମ୍ମିଳନୀ ମାଧ୍ୟମରେ ଜନସାଧାରଣଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

LIVE TV
LIVE
Latest News
ସୁନା ଦର ମହଙ୍ଗା, କିନ୍ତୁ କମିନି ଚାହିଦା! ଧନତେରସରେ ରିଙ୍ଗ୍‌, ହାଲୁକା ହାର ଓ ସୁନା ମୁଦ୍ରାକୁ ଅଧିକ ପସନ୍ଦ କରୁଛନ୍ତି ଭାରତୀୟ

ସୁନା ଦର ମହଙ୍ଗା, କିନ୍ତୁ କମିନି ଚାହିଦା!...

ଧନତେରସ ଆସିଲେ ସୁନା କିଣିବାର ପରମ୍ପରା ଭାରତୀୟ ପରିବାରରେ...

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା! ATF ଦର କମାଇବାକୁ ସରକାରଙ୍କୁ ଆଞ୍ଚଳିକ ଏୟାରଲାଇନ୍ସର ଦାବି

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା!...

ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା ସବ୍‌ସ୍କ୍ରିପ୍‌ସନ୍‌! ୨୦,୩୬୮ କୋଟି ଟଙ୍କାର ବିଡ୍‌ ଲଗାଇଲେ ନିବେଶକ

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା...

ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...

ଟ୍ରମ୍ପଙ୍କୁ ଶକ୍ତ ଝଟକା! ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟଙ୍କ ବଡ଼ ବିଜୟ, ୧୦ଟି ମୁଖ୍ୟ ପଏଣ୍ଟ କହୁଛି ପରାଜୟର କାହାଣୀ

ଟ୍ରମ୍ପଙ୍କୁ ଶକ୍ତ ଝଟକା! ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ...

ୱାଶିଂଟନ୍: ଆମେରିକାର ରାଜନୀତିରେ ବଡ଼ ପରିବର୍ତ୍ତନ। ୨୦୨୬...

ସେନ୍‌ସେକ୍ସରେ ୨,୦୦୦ ପଏଣ୍ଟର ବଡ଼ ଉଛାଳ! ୨୪,୫୦୦ ପାର୍‌ ହେଲା ନିଫ୍ଟି, ବଜାଜ୍ ଫାଇନାନ୍ସ ସେୟାରରେ ୮% ଲାଭ

ସେନ୍‌ସେକ୍ସରେ ୨,୦୦୦ ପଏଣ୍ଟର ବଡ଼ ଉଛାଳ! ୨୪,୫୦୦...

ଦୀପାବଳି ପରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଖୁସ...

ଆମେରିକା ରାଜନୀତିର ନୂଆ ଚେହେରା ଜନ୍ ଓସଫ୍! 'ପରବର୍ତ୍ତୀ ଓବାମା' ଭାବେ ଚର୍ଚ୍ଚା, ୨୦୨୮ରେ ରାଷ୍ଟ୍ରପତି ଦୌଡ଼କୁ ନେଇ ଚର୍ଚ୍ଚା

ଆମେରିକା ରାଜନୀତିର ନୂଆ ଚେହେରା ଜନ୍ ଓସଫ୍!...

ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...

ଭାରତକୁ ଇରାନର ବଡ଼ ଆଶ୍ୱସ୍ତି! ହର୍ମୁଜ୍‌ ପ୍ରଣାଳୀ ଦେଇ ଯାଇପାରିବ ଭାରତୀୟ ଜାହାଜ, ତେଲ ଓ ଗ୍ୟାସ୍‌ ଯୋଗାଣକୁ ମିଳିବ ରାହତ

ଭାରତକୁ ଇରାନର ବଡ଼ ଆଶ୍ୱସ୍ତି! ହର୍ମୁଜ୍‌ ପ୍ରଣାଳୀ...

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ...

ୟୁରୋପରେ ବିମାନକୁ ବୋମା ଧମକ! ଏକାଧିକ ବିମାନର ଜରୁରୀ ଅବତରଣ, ତଦନ୍ତ ଜାରି

ୟୁରୋପରେ ବିମାନକୁ ବୋମା ଧମକ! ଏକାଧିକ ବିମାନର...

ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+